ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ: ଅଣଛାତ୍ରଙ୍କୁ ବାନ୍ଧିଲା ପୁଲିସ

ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ଘଟଣାରେ ଜଣେ ଅଣଛାତ୍ରଙ୍କୁ ବଡ଼ଗଡ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଜିତ ପାଣିଗ୍ରାହୀ ବୋଲି ଜଣାଯାଇଛି। ଜିତ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେବା ସହ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରୁଥିବା କୁହାଯାଉଛି।

arrest

Photograph: (Van Severen Law Office)

ଭୁବନେଶ୍ବର: ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ଘଟଣାରେ ଜଣେ ଅଣଛାତ୍ରଙ୍କୁ ବଡ଼ଗଡ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଜିତ ପାଣିଗ୍ରାହୀ ବୋଲି ଜଣାଯାଇଛି। ଜିତ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେବା ସହ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରୁଥିବା ଜଣାପଡ଼ିବା ପରେ ପୁଲିସ ଏହି ପଦକ୍ଷେପ ନେଇଛି। 

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଗତ ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ପାଖାପାଖି ସାଢ଼େ ୨ଟାରେ ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଅନ୍ୟଗୋଷ୍ଠୀର  ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ସେମାନଙ୍କ ଭିଡିଓ ରେକଡିଂ କରିଥିଲେ। ଛାତ୍ରୀମାନେ ଜାଣିପାରି ପାଟି କରିବା ସହ ତାଙ୍କୁ ଭିଡିଓ ରେକଡିଂକୁ ଡିଲିଟ୍‌ କରିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପାଟିଶୁଣି ଉଭୟ ଗୋଷ୍ଠୀର ସମର୍ଥକ ସେଠାରେ ପହଞ୍ଚିଥିଲେ। କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଖବରପାଇ ବଡ଼ଗଡ଼ ଥାନା ପୁଲିସର ୨ଟି ଟିମ୍‌ ସେଠାରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲା। ଯେଉଁଛାତ୍ର ଜଣକ ଭିଡିଓ ରେକଡିଂ କରିଥିଲେ ତାଙ୍କ ମୋବାଇଲ୍‌ ଜବତ କରି ଯାଞ୍ଚ ବେଳେ ରେକଡିଂ ମିଳିବାରୁ ପୁଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ସଂପୃକ୍ତ ଛାତ୍ରଙ୍କୁ ବାଳସୁଧାରଗୃହକୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe