ଝଡ ପବନ ଉପାନିଲା ଗଛ, ଭାଙ୍ଗିଲା ୫ଟି ବିଦ୍ୟୁତ ଖୁଣ୍ଟ, ନିମ୍ନମାନର ଅଭିଯୋଗ

Advertisment

ଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ଝରାପାଲୀ ପଞ୍ଚାୟତ ସଦର ମହକୁମାକୁ ଯିବା ରାସ୍ତାରେ ଗତ କିଛି ଦିନ ତଳେ ଝଡ ପବନରେ ଏକ ଛୋଟିଆ ଗଛଟି ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ଫଳରେ ବିଦ୍ୟୁତ ତାର ଛିଣ୍ଡିବା ସହ ୫ଟି ବିଦ୍ୟୁତ ଖୁଣ୍ଟ ଏକାଥରକେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

ଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ଝରାପାଲୀ ପଞ୍ଚାୟତ ସଦର ମହକୁମାକୁ ଯିବା ରାସ୍ତାରେ ଗତ କିଛି ଦିନ ତଳେ ଝଡ ପବନରେ ଏକ ଛୋଟିଆ ଗଛଟି ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ଫଳରେ ବିଦ୍ୟୁତ ତାର ଛିଣ୍ଡିବା ସହ ୫ଟି ବିଦ୍ୟୁତ ଖୁଣ୍ଟ ଏକାଥରକେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

electric pole

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ଝରାପାଲୀ ପଞ୍ଚାୟତ ସଦର ମହକୁମାକୁ ଯିବା ରାସ୍ତାରେ ଗତ କିଛି ଦିନ ତଳେ ଝଡ ପବନରେ ଏକ ଛୋଟିଆ ଗଛଟି ବିଦ୍ୟୁତ ତାର ଉପରେ ପଡିଯାଇଥିଲା। ଫଳରେ ବିଦ୍ୟୁତ ତାର ଛିଣ୍ଡିବା ସହ ୫ଟି ବିଦ୍ୟୁତ ଖୁଣ୍ଟ ଏକାଥରକେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଦୁର୍ଗମ ଅଂଚଳରେ ଅତି ନିମ୍ନମାନର ବିଦ୍ୟୁତ ଖୁଣ୍ଟଗୁଡିକ ପୋତାଯାଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

ଗତ କିଛି ଦିନ ହେଲା ବିଦ୍ୟୁତ ତାର ଛିଡି ରାସ୍ତା ଉପରେ ପଡ଼ିଥିବା ବେଳେ ସେଥିରେ ବିଦ୍ୟୁତ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ବିଦ୍ୟୁତ ତାର ରାସ୍ତା ଉପରେ ବିପଦସଂକୁଳ ଅବସ୍ଥାରେ ପଡିରହିଥିବା ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।

ଯଦି ଏଥିରେ ଲାଗି କାହାର ଜୀବନ ଯାଏ ତେବେ ବିଦ୍ୟୁତ ବିଭାଗ ହିଁ ଦାୟୀ ରହିବ ବୋଲି କୁହାଯାଇଛି। ଏହି ରାସ୍ତାରେ ଚାଲିଚାଲି ଯାଉଥିବା ଲୋକେ ଏହି ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତୁରନ୍ତ ବିଦ୍ୟୁତ ବିଭାଗ ତରଫରୁ ଏହାର ତଦନ୍ତ କରାଯାଇ ଉନ୍ନତମାନର ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ତାରଗୁଡିକ ରାସ୍ତାରୁ ହଟାଇବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe