ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟା: ପୁଲିସ ଧରିବା ଆଗରୁ ରଶି ଲଗାଇ ଝୁଲିପଡ଼ିଲା ଯୁବକ

Advertisment

ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ ବୁଧବାର ଭୋର୍ ସମୟରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲିପଡ଼ିଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (୩୦)।

Updated On

ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ ବୁଧବାର ଭୋର୍ ସମୟରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲିପଡ଼ିଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (୩୦)।

ଅଦ୍ୟତନ ହୋଇଛି
laxmi

Mahalakshmi murder case | Photo: Republic Digital

ଭଦ୍ରକ: ଜିଲ୍ଲାର ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ ବୁଧବାର ଭୋର୍ ସମୟରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲିପଡ଼ିଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (୩୦)। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ଘଟଣାର ମୁକ୍ତିରଂଜନ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ପୁଲିସ କହିଛି। ତ‌େବେ ଅଭିଯୁକ୍ତ ମୁକ୍ତିରଂଜନ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଏଭଳି ପଦକ୍ଷେପ ନେଇଥିବା ନେଇ ଚର୍ଚ୍ଚା ହେଉଛି। 

ସୂଚନା ଅନୁସାରେ ମୁକ୍ତି ରଂଜନ ରାୟ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚି ଥିଲେ। ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ। ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ବେକରେ ରଶି ଲଗାଇ ଝୁଲିପଡ଼ି ଥିଲେ। ‌ମୁକ୍ତିରଂଜନର ମୃତ୍ୟୁ କାରଣ ସେ ଥିଲା ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଭଦ୍ରକ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହାଲକ୍ଷ୍ମୀଙ୍କୁ ହତ୍ୟା କରି ୫୯ ଖଣ୍ଡ କରାଯାଇଥିଲା ଏବଂ ଫ୍ରିଜ୍‌ରେ ରଖାଯାଇଥିଲା। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି, ଯେଉଁଥିରେ ଅଭିଯୁକ୍ତ ହତ୍ୟା ନେଇ ସ୍ବୀକାର କରିଛି। 

ଆରଡି ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ୩୩/ ୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe