OAV Nabarangapur Photograph: (sambad.in)
ଉମରକୋଟ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଓ ପ୍ରକାଶିତ ଦଶମ ପରୀକ୍ଷା ଫଳାଫଳରେ ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାସ୍ ହାର ୯୮.୫ ପ୍ରତିଶତ ହେଉଛି। ଚଳିତ ବର୍ଷ ଏହି ସ୍କୁଲରୁ ମୋଟ ୬୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୬୮ ଜଣ ପାସ୍ କରିଛନ୍ତି। ୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖି ପାସ ହେଇଥିବା ବେଳେ ଏହି ସ୍କୁଲର ଛାତ୍ରୀ ଅଭିଲିପ୍ସା ପାଢ଼ୀ ୯୭.୮ ପ୍ରତିଶତ ମାର୍କ ରଖି ସ୍କୁଲର ଟପର ହେବା ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଟପ୍ପର ହେଇଛନ୍ତି।
ଅଭିଲିପ୍ସା ନିଜର ସଫଳତାର ଶ୍ରେୟ ସ୍କୁଲ୍ର ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା-ମା’ଙ୍କୁ ଦେଇଛନ୍ତି। ଅଭିଲିପ୍ସା ହେଉଛନ୍ତି ଶିକ୍ଷକ ସୁନୀଲ ପାଢ଼ୀ ଓ ଶିକ୍ଷୟତ୍ରୀ ଜଲି ମହାପାତ୍ରଙ୍କ ଝିଅ।
ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ ୨ ପରୀକ୍ଷାରେ ୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୬୩ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ମୋଟ ପାସ୍ ହାର ହେଉଛି ୯୬.୯୨ ପ୍ରତିଶତ। ଚନ୍ଦନ୍ଦା ପଟ୍ଟନାୟକ ୮୦ ପ୍ରତିଶତ ମାର୍କ ରଖି ସ୍କୁଲର ଟପ୍ପର ହେଇଛନ୍ତି।
Nabarangpur
Follow Us