ଭୁବନେଶ୍ବର: ରାଜ୍ୟ ସରକାର ଖଣି ଉପରୁ ନିଜସ୍ବ ରାଜସ୍ବ ନେଇପାରିବେ ନାହିଁ। ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଙ୍ଗଳବାର ବିଧାନସଭାରେ ବିବୃତ୍ତି ରଖି ଏହା କହିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ନିଜସ୍ୱ ରାଜସ୍ୱ ଆଦାୟ କରିପାରିବେନି। 

Advertisment

ଶ୍ରୀ ଜେନା କହିଛନ୍ତି, ପୂର୍ବ ସରକାର ଟିକସ ଆଦାୟ ନେଇ ଆଇନ ଆଣିଥିବାବେଳେ କିଛି ଖଣି ମାଲିକ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ନିୟମକୁ ରଦ୍ଦ ମଧ୍ୟ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ପିଛିଲା ଭାବେ ସେହି ଟଙ୍କା ଆଦାୟ କରିପାରିବେ ନାହିଁ। 

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩୮୫ ଖଣିରୁ ୨୦୫ ଖଣି କାର୍ଯ୍ୟକ୍ଷମ ରହିଛି। ୧୮୦ ଖଣି କାର୍ଯ୍ୟକ୍ଷମ ହୋଇପାରିନାହିଁ। କିନ୍ତୁ ବିଜେଡି କହିଥିଲା ରାଜ୍ୟର ୯୫ ପ୍ରତିଶତ ଖଣି କାର୍ଯ୍ୟକ୍ଷମ ହୋଇଛି। ମାତ୍ର ଷ୍ଟାଟସ୍ ରିପୋର୍ଟ ଭିନ୍ନ କଥା କହୁଛି। ଚଳିତ ବର୍ଷ ଖଣି କ୍ଷେତ୍ରରୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଖଣି ବିଭାଗ ଲକ୍ଷ୍ୟ ରଖିଛି।  

ଏହି ଖବର ପଢ଼ନ୍ତୁ: ୧୪୪୩ ବେଆଇନ ଭାଟିରେ ଚାଲିଲା ବୁଲଡୋଜର