ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଫେରାର ଦୁଇ ଅଭିଯୁକ୍ତ ୧୭ ଦିନ ପରେ ଗିରଫ

Advertisment

ଅନୁଗୁଳ ଜିଲ୍ଲା ବଅଁରପାଳ ଆଇସିଆଇସିଆଇ ବ୍ୟାଙ୍କର ଚାରିଜଣ କର୍ମଚାରୀ ତୁଳସୀପାଳ ଗ୍ରାମକୁ କ୍ରେଡିଟ କାର୍ଡ ଟଙ୍କା ମାଗିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଖିଲାପି ପରିବାର ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।

ଅନୁଗୁଳ ଜିଲ୍ଲା ବଅଁରପାଳ ଆଇସିଆଇସିଆଇ ବ୍ୟାଙ୍କର ଚାରିଜଣ କର୍ମଚାରୀ ତୁଳସୀପାଳ ଗ୍ରାମକୁ କ୍ରେଡିଟ କାର୍ଡ ଟଙ୍କା ମାଗିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଖିଲାପି ପରିବାର ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।

New Project

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଆଇସିଆଇସିଆଇ ବ୍ୟାଙ୍କର ଚାରିଜଣ କର୍ମଚାରୀ ତୁଳସୀପାଳ ଗ୍ରାମକୁ କ୍ରେଡିଟ କାର୍ଡ ଟଙ୍କା ମାଗିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଖିଲାପି ପରିବାର ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ବଁଅରପାଳ ଥାନାରେ ଗତ ୧୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେl

ସୂଚନା ମୁତାବକ ନିର୍ମଳ ବିଶ୍ବାଳଙ୍କ ପୁଅ ବିନ୍ମୟ ବିଶ୍ୱାଳ ଉକ୍ତ ବ୍ୟାଙ୍କର କ୍ରେଡିଟ୍ କାର୍ଡରୁ ୩ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଥିଲେ। ଟଙ୍କା ମାଗିବାକୁ ରାଉରକେଲା ସିଭିଲ ଟାଉନ୍‌ସିପ୍‌ର ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥଙ୍କ ସହ ପ୍ରମୋଦ କୁମାର ସାହୁ, ଦିବ୍ୟଜ୍ୟୋତି ସାମଲ ଓ ସନ୍ତୋଷ କୁମାର ବେହେରା ତୁଳସୀପାଳ ଆସି ବିନ୍ମୟ ଙ୍କୁ ଟଙ୍କା ମାଗିଥିଲେ।

ଏନେଇ  ଉଭୟ ମଧ୍ୟରେ ବଚସା ହୋଇଥିଲା ଓ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ମାଗିଲେ ଜୀବନରୁ ମାରିଦେକୁ କହି ବ୍ୟାଙ୍କ ଅଧିକାରୀଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ମାରି ଫେରାର ହୋଇଯାଇଥିଲେl ଦୀର୍ଘ ୧୭ ଦିନ ପରେ ନିର୍ମଳ ବିଶ୍ୱାଳ ତାଙ୍କ ସହ ଯୋଗୀ ବିରଞ୍ଚି ବେହେରାଙ୍କୁ ଗତକାଲି ବିଳମ୍ବିତ ରାତ୍ରି ରେ ପୋଲିସ ଗିରଫ କରିଛି ଏବଂ ମୁଖ୍ୟ ଅଭିଯୁକ୍ତ ବିନ୍ମୟ ବିଶ୍ୱାଳ ଫେରାର ଅଛି l ଆସନ୍ତାକାଲି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତିl

Crime | Police 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe