ବଡ଼ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଶିକ୍ଷୟିତ୍ରୀ ମୃତ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍। ଘଟଣା ସ୍ଥଳରେ ଶିକ୍ଷୟିତ୍ରୀ ମୃତ।

bhu

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍। ଘଟଣା ସ୍ଥଳରେ ଶିକ୍ଷୟିତ୍ରୀ ମୃତ। ତେବେ ଅଳ୍ପକେ ବର୍ତ୍ତିଲେ ଅନ୍ୟ ଦୁଇ ସମ୍ପର୍କୀୟ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। 

ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ମହାବୀର ଛକ ନିକଟରେ ମୃତ ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା ନିଜ କାକା ବୈକୁଣ୍ଠ ବେହେରା ଏବଂ ଭାଣିଜୀ ଚନ୍ଦ୍ରିକା ବେହେରାଙ୍କ ସହିତ ବାଇକରେ ରାସ୍ତା ପାରି ହେଲା ବେଳକୁ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ପ୍ରିୟଙ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ଓ ଭାଣିଜୀ ବାଇକରୁ ଛିଟିକି ପଡ଼ିବା ଫଳରେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ମହାବୀର ଛକ ନିକଟରେ ମୃତ ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା ନିଜ କାକା ବୈକୁଣ୍ଠ ବେହେରା ଏବଂ ଭାଣିଜୀ ଚନ୍ଦ୍ରିକା ବେହେରାଙ୍କ ସହିତ ବାଇକରେ ରାସ୍ତା ପାରି ହେଲା ବେଳକୁ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ପ୍ରିୟଙ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ଓ ଭାଣିଜୀ ବାଇକରୁ ଛିଟିକି ପଡ଼ିବା ଫଳରେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe