ଟ୍ରଲର ପଛକୁ ଧକ୍କା ଦେଲା ଟୁରିଷ୍ଟ ବସ: ଦଶ ଆହତ, ଜଣେ ଗୁରୁତର

Advertisment

ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲରା ନିକଟରେ ଆଜି ଭୋର ଚାରିଟା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରଲର ପଛ ପଟରୁ ଏକ ଟୁରିଷ୍ଟ ବସ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଫଳରେ ବସରେ ଥିବା ୫୧ ଯାତ୍ରୀଙ୍କ ମଧ୍ୟରୁ ଦଶ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲରା ନିକଟରେ ଆଜି ଭୋର ଚାରିଟା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରଲର ପଛ ପଟରୁ ଏକ ଟୁରିଷ୍ଟ ବସ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଫଳରେ ବସରେ ଥିବା ୫୧ ଯାତ୍ରୀଙ୍କ ମଧ୍ୟରୁ ଦଶ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

bn

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲରା ନିକଟରେ ଆଜି ଭୋର ଚାରିଟା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରଲର ପଛ ପଟରୁ ଏକ ଟୁରିଷ୍ଟ ବସ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଫଳରେ ବସରେ ଥିବା ୫୧ ଯାତ୍ରୀଙ୍କ ମଧ୍ୟରୁ ଦଶ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମବଙ୍ଗ ଚକଦା ଥାନା ଲକ୍ଷ୍ମୀପୁର ଅଞ୍ଚଳର ୫୧ ଜଣ ତୀର୍ଥ ଯାତ୍ରୀ ଡବ୍ଲୁ ବି ୧୯ ଜି ୫୬୪୬ ଏକ ଟୁରିଷ୍ଟ ବସରେ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ଆଜି ଭୋର୍ ଚାରିଟା ସମୟରେ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଟ୍ରଲର ପଛପଟକୁ ଧକ୍କା ଦେଇଥିଲା। ଖବର ପାଇ ଜାତୀୟ ରାଜପଥରେ ପ୍ରହରା ଦେଉଥିବା ପୁଲିସ ସହିତ ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ପଠାଇଥିଲେ। ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରଲର ଓ ବସକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଚକଦା ଥାନା ଲକ୍ଷ୍ମୀପୁର ଅଞ୍ଚଳର ୫୧ ଜଣ ତୀର୍ଥ ଯାତ୍ରୀ ଡବ୍ଲୁ ବି ୧୯ ଜି ୫୬୪୬ ଏକ ଟୁରିଷ୍ଟ ବସରେ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ଆଜି ଭୋର୍ ଚାରିଟା ସମୟରେ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଟ୍ରଲର ପଛପଟକୁ ଧକ୍କା ଦେଇଥିଲା। ଖବର ପାଇ ଜାତୀୟ ରାଜପଥରେ ପ୍ରହରା ଦେଉଥିବା ପୁଲିସ ସହିତ ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ପଠାଇଥିଲେ। ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରଲର ଓ ବସକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe