ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ଯମ: ଜଣେ ମୃତ, ଜଣେ ଗୁରୁତର

ଡ଼ୁଙ୍ଗୁରିପାଲି ଥାନା ଅଧୀନ ବହୁବସା ଗ୍ରାମର କୃଷ୍ଣ ତାଣ୍ଡି (୨୫) ଓ ନରେଶ ବାରିକ(୨୪) ବାଇକରେ ବିନିକା ଥାନା କମିରା ଗ୍ରାମକୁ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ବିନିକା –ରାମପୁର  କଟାପାଲି ଛକ ପାଖରେ ଦୁହେଁ ଦୁର୍ଘଟଣାର ଶିକାର ହୋଇଥିଲେ।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

 ବିନିକା: ବିଳମ୍ବିତ ରାତ୍ରୀରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। 

ବିନିକା –ରାମପୁର  କଟାପାଲି ଛକ ପାଖରେ ଦୁହେଁ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ପଛେ ଆସୁଥିବା ବାଇକ ଆରୋହୀ ଆମ୍ବୁଲାନ୍ସକୁ ଖବର ଦେଇ ଉଭୟଙ୍କୁ ବିନିକା ଡ଼ାକ୍ତରଖାନାକୁ ଆଣିଥିଲେ। ବିନିକା ଡ଼ାକ୍ତରଖାନାରେ କୃଷ୍ଣ ତାଣ୍ଡିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିବା ସହ ନରେଶ ବାରିକଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ।ଏଣେ ବିନିକା ଡ଼ାକ୍ତରଖାନାରେ ବିନିକା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

ସୁଚନା ଅନୁଯାୟୀ, ବିଳମ୍ବିତ ରାତ୍ରୀରେ ଡ଼ୁଙ୍ଗୁରିପାଲି ଥାନା ଅଧୀନ ବହୁବସା ଗ୍ରାମର କୃଷ୍ଣ ତାଣ୍ଡି (୨୫) ଓ ନରେଶ ବାରିକ(୨୪) ବାଇକରେ ବିନିକା ଥାନା କମିରା ଗ୍ରାମକୁ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ବିନିକା –ରାମପୁର  କଟାପାଲି ଛକ ପାଖରେ ଦୁହେଁ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ପଛେ ଆସୁଥିବା ବାଇକ ଆରୋହୀ ଆମ୍ବୁଲାନ୍ସକୁ ଖବର ଦେଇ ଉଭୟଙ୍କୁ ବିନିକା ଡ଼ାକ୍ତରଖାନାକୁ ଆଣିଥିଲେ। ବିନିକା ଡାକ୍ତରଖାନାରେ କୃଷ୍ଣ ତାଣ୍ଡିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିବା ସହ ନରେଶ ବାରିକଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। ଏଣେ ବିନିକା ଡାକ୍ତରଖାନାରେ ବିନିକା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe