ଜହ୍ନlପଙ୍କ: ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି |

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସାଢେ ୪ଟା ସମୟରେ ବୌଦ୍ଧ ପଟୁ ସୋନପୁର ଆଡ଼କୁ ଯାଉଥିବା ଗୋଟିଏ କାର OD 02 X 3921 କୁ କୌଣସି ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇଥିଲା l ଫଳରେ କାରଟି ରାସ୍ତା ପାର୍ଶ୍ୱର ବିଲ ମଧ୍ୟକୁ ପଶି ଯାଇଥିଲା l କାରରେ ଥିବା ଦୁଇ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇ ଥିଲେ | ପରୀକ୍ଷା କରିବା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |

ଆହୁରି ପଢନ୍ତୁ-Karnataka DGP Suspended ହରଡ଼ଘଣାରେ ରସିକିଆ ଡିଜିପି : ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ

ମୃତକଙ୍କ ପରିଚୟ ମିଳି ପାରିନାହିଁ

ଉଭୟ ମୃତକଙ୍କ ପରିଚୟ ମିଳି ପାରିନାହିଁ l ବୌଦ୍ଧ ଓ ଜହ୍ନlପଙ୍କ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ-  Fire Unit-1 Market Control ରାଜଧାନୀର ୟୁନିଟ ୧ ହାଟରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କଲେ ଅଗ୍ନିଶମବାହିନୀ

Advertisment