ରାଜଧାନୀରେ ଦୁଇଟି ଦୁର୍ଘଟଣା: ୩ଜଣଙ୍କ ପ୍ରାଣହାନି, ଘରେ ପଶିଲା ବିଏମଡବ୍ଲୁ କାର୍

ବିଳମ୍ବିତ ରାତିରେ ରାଜଧାନୀରେ ଦୁଇଟି ଦୁର୍ଘଟଣା ଖଟିଛି। ରାଜଧାନର ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ପ୍ରାଣହାନି ଘଟିଛି। ଏଣେ ଶାସ୍ତ୍ରୀ ନଗରରେ ବିଳମ୍ବିତ ରାତିରେ ଏକ ବିଏମଡବ୍ଲୁ କାର୍ ଦ୍ରୁତ ଗତିରେ ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା।

njk

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀରେ ଦୁଇଟି ଦୁର୍ଘଟଣା ଖଟିଛି। ରାଜଧାନର ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଙ୍ଗ ରୁଟରେ ଆସୁଥିବା ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣ ବାଇକ୍ ଆରୋହୀଙ୍କର ପ୍ରାଣହାନି ଘଟିଥିଲା। ତେଣେ କାର୍ ଚାଳକ ଫେରାର ହୋଇଛନ୍ତି। ପୁଲିସ କାର୍ କୁ ଜବତ କରିବା ସହ ମାଲିକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଏକ ବିଏମଡବ୍ଲୁ କାର୍ ଦ୍ରୁତ ଗତିରେ ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା। କାରଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା।  ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଦୁର୍ଘଟଣାରେ ଗାଡ଼ି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। 

କାରଟି ପୁରୀରୁ ଜଗତସିଂହପୁର ଅଭିମୁଖେ ଯାଉଥିବା ସୂଚନା ରହିଛି। ତେଣେ ମୃତକମାନଙ୍କ ଶବଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ପୁଲିସ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି। 

zxc

ଏଣେ ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଏକ ବିଏମଡବ୍ଲୁ କାର୍ ଦ୍ରୁତ ଗତିରେ ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା। କାରଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା।  ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଦୁର୍ଘଟଣାରେ ଗାଡ଼ି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe