ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ରାଜସ୍ବ ନିରୀକ୍ଷକଙ୍କ ଜୀବନ, ୬ ଗୁରୁତର

ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ରାଜସ୍ବ ନିରୀକ୍ଷକଙ୍କ ପରିବାର ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବାର ଖବର ମିଳିଛି।

Untitled

ଅନୁଗୁଳ: ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ୨ଟି ପରିବାରର ୭ ଜଣ ତାରାତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ବ ନିରୀକ୍ଷକ ଥିଲେ।

ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ରାଜସ୍ବ ନିରୀକ୍ଷକଙ୍କ ପରିବାର ମା’ ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରୁ ସେମାନେ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ କାରରେ ଥିବା ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ମନୁ ସେଠୀ, ସ୍ୱସ୍ତିକ ସେଠୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ। ମୃତ୍ୟୁଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି l ହିନ୍ଦୋଳ ଡାକ୍ତରଖାନାରେ ମୃତଦେହ ରହିଛି l ଅନ୍ୟ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ରାଜସ୍ବ ନିରୀକ୍ଷକଙ୍କ ପରିବାର ମା’ ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରୁ ସେମାନେ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ କାରରେ ଥିବା ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ମନୁ ସେଠୀ, ସ୍ୱସ୍ତିକ ସେଠୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ। ମୃତ୍ୟୁଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି l ହିନ୍ଦୋଳ ଡାକ୍ତରଖାନାରେ ମୃତଦେହ ରହିଛି l ଅନ୍ୟ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe