Accident Teacher Critical ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ବା, ଶିକ୍ଷୟତ୍ରୀ ଗୁରୁତର

Advertisment

ବେଲପାଳ ନିକଟରେ ଚୋରାରେ ମହଜୁଦ ରଖାଯାଇଥିବା ବାଲି ଆଣିବାକୁ ଯାଉଥିବା ଏକ ହାଇଓ୍ବା ସ୍କୁଟି ଉପରେ ମାଡ଼ିଗଲା। ଫଳରେ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ (୩୬) critical ହୋଇଛନ୍ତି। ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଲପାଳ ନିକଟରେ ଚୋରାରେ ମହଜୁଦ ରଖାଯାଇଥିବା ବାଲି ଆଣିବାକୁ ଯାଉଥିବା ଏକ ହାଇଓ୍ବା ସ୍କୁଟି ଉପରେ ମାଡ଼ିଗଲା। ଫଳରେ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ (୩୬) critical ହୋଇଛନ୍ତି। ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Untitled

accident at jaleswar, teacher critical Photograph: (Sambad.in)

ଜଳେଶ୍ଵର: ଜଳେଶ୍ଵର -ରାଜଘାଟ ଓଟି ରୋଡର ମହମ୍ମଦ ନଗର ପାଟଣା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବେଲପାଳ ନିକଟରେ ଚୋରାରେ ମହଜୁଦ ରଖାଯାଇଥିବା ବାଲି ଆଣିବାକୁ ଯାଉଥିବା ଏକ ହାଇଓ୍ବା ସ୍କୁଟି ଉପରେ ମାଡ଼ିଗଲା। ଫଳରେ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ (୩୬) ଗୁରୁତର ହୋଇଛନ୍ତି। ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ଶିକ୍ଷୟିତ୍ରୀଙ୍କ ପରିବାର ଓ ଗ୍ରାମବାସୀଙ୍କ ରାସ୍ତାରୋକ

ଲାବଣ୍ୟ ସ୍ଥାନୀୟ ବାଘାବାଳି ସ୍ଥିତ ଜ୍ଞାନ ମନ୍ଥର ପବ୍ଲିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶିକ୍ଷୟିତ୍ରୀଙ୍କ ଚିକିତ୍ସା ସୁବିଧା,ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ବନ୍ଦ କରିବା, ଜଳେଶ୍ୱର-ରାଜଘାଟ ଓଟି  ରୋଡ ରାସ୍ତା ମରାମତି ଦାବି ନେଇ ଦୁର୍ଘଟଣାଗ୍ରସ୍ତ ଶିକ୍ଷୟିତ୍ରୀଙ୍କ ପରିବାର ଓ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଜଳେଶ୍ଵର ଥାନା ପୁଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି।

ଆହୁରି ପଢ଼ନ୍ତୁ: Doctors Strike 2 Hours No Opd ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ

ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ପରେ ଅଟୋ ଚାଳକ ଗୁରୁତର

ଏଣେ ଜଗତସିଂହପୁର - କଟକ ରାସ୍ତାର ୫୫ ନମ୍ବର ଜାତୀୟ ରାଜପଥର ଚାନ୍ଦଗଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ  ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯୀଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

 ଅଟୋ ଗୋଟିଏ ପାର୍ଶ୍ବରେ ପଡିଥିବା ବେଳେ ଆମ୍ବୁଲାନ୍ସ ଅନ୍ଯ ପାର୍ଶ୍ବକୁ ଓଲଟି ପଡିଛି। ଗତକାଲି ବିଳନ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଅଟୋ ଭିତରେ ଚାପି ହୋଇ ରହି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe