ଟ୍ରକ୍ ପଛପଟୁ ଧକ୍କା ଦେଲା ବରଯାତ୍ରୀ ବସ୍: ଜଣେ ମୃତ, ୫ ଗୁରୁତର

Advertisment

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା  କାରଣ ସାହି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏଠାରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୫ ଗୁରୁତର ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା  କାରଣ ସାହି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏଠାରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୫ ଗୁରୁତର ହୋଇଛନ୍ତି।

sa

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା  କାରଣ ସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତ୍ରିରେ ଏଠାରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ  ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା  କାରଣ ସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତ୍ରିରେ ଏଠାରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ  ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

 ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି l ବିଳମ୍ବିତ ରାତିରେ ସୁବାସିନୀ ନାମକ ଘରୋଇ ବସ ବରଯାତ୍ରୀ ନେଇ ଫେରୁଥିବା ବେଳେ ଘଟିଛି  ଏହି ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଯୋଡା ଥାନା ୫୨୦ ନମ୍ବର ଜାତୀୟ ରାଜପଥ କରଣ ସାହି ନିକଟରେ ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍। ବାଂଶପାଳ ବ୍ଲକ୍ ଜାଗର ଗାଁରୁ ବଳିତା ଗାଁକୁ ବରଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ଜଣକ ବସର ହେଲପର୍ ବୋଲି କୁହାଯାଉଛି। 

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe