କୋଣାର୍କରେ ସଡ଼କ ଦୁର୍ଘଟଣା: ୨ ମୃତ, ଦୁଇ ଆହତ

କୋଣାର୍କ ଜୁଣେଇ  ବଇଁଶୀ ବଜାର ଠାରେ ଭାରସାମ୍ୟ ହରାଇ ପୋଖରୀରେ ଏକ କାର ଖସିପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ରାତି ୧୨ଟା ୫୦ ମିନିଟ ସମୟରେ ଘଟିଛି ଏହି ଦୁର୍ଘଟଣା।

vbh

କୋଣାର୍କ: କୋଣାର୍କ ଜୁଣେଇ  ବଇଁଶୀ ବଜାର ଠାରେ ଭାରସାମ୍ୟ ହରାଇ ପୋଖରୀରେ ଏକ କାର ଖସିପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ରାତି ୧୨ଟା ୫୦ ମିନିଟ ସମୟରେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଦାନ୍ତୁଣି ଗାଁର ସନାତନ ସେନାପତି ଓ ପୁରୀ ଜିଲ୍ଲା ନିମାପଡ଼ା ଗୁହାଳ ପଡ଼ାର ସନ୍ଦୀପ ମହାପାତ୍ର।ଦୁଇ ଆହତ ହେଲେ ମନୀଷ ସେନାପତି ଓ ପପୁନ ପରିଡ଼ା।

ମୃତକ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଦାନ୍ତୁଣି ଗାଁର ସନାତନ ସେନାପତି ଓ ପୁରୀ ଜିଲ୍ଲା ନିମାପଡ଼ା ଗୁହାଳ ପଡ଼ାର ସନ୍ଦୀପ ମହାପାତ୍ର।ଦୁଇ ଆହତ ହେଲେ ମନୀଷ ସେନାପତି ଓ ପପୁନ ପରିଡ଼ା। ପୂର୍ତ୍ତ ବିଭାଗ ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ଉପରେ ପିଚୁ ଗାଡ଼ି ରହିଥିବାରୁ  ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।ଜଳେଶ୍ବରର ମୃତ ସନାତନ ସେନାପତିଙ୍କର ଆଜି ପୁରୀରେ ଲ ପରୀକ୍ଷା ଦେବାର ଥିଲା। ସେହିଭଳି ଅନ୍ୟ ମୃତକ ନିମାପଡ଼ା ଗୁହାଳ ପଡାର ସନ୍ଦୀପ ମହାପାତ୍ର ଜଣେ ସପ୍ଟ ଓୟାର ଇଞ୍ଜିନିୟର ବୋଲି ଜଣାଯାଇଛି।

ପୂର୍ତ୍ତ ବିଭାଗ ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ଉପରେ ପିଚୁ ଗାଡ଼ି ରହିଥିବାରୁ  ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।ଜଳେଶ୍ବରର ମୃତ ସନାତନ ସେନାପତିଙ୍କର ଆଜି ପୁରୀରେ ଲ ପରୀକ୍ଷା ଦେବାର ଥିଲା। ସେହିଭଳି ଅନ୍ୟ ମୃତକ ନିମାପଡ଼ା ଗୁହାଳ ପଡାର ସନ୍ଦୀପ ମହାପାତ୍ର ଜଣେ ସପ୍ଟ ଓୟାର ଇଞ୍ଜିନିୟର ବୋଲି ଜଣାଯାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଯୁବକମାନେ ପହଞ୍ଚି ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe