କୁଚିଣ୍ଡାରେ ବାଇକ୍ ଦୁର୍ଘଟଣା: ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଗୁରୁତର ଅବସ୍ଥାାରେ ଆଉ ଜଣେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି

କୁଚିଣ୍ଡାରେ ଭାରସାମ୍ୟ ହରାଇ ରାସ୍ତାକଡରେ ଆମ୍ବଗଛରେ ବାଡେଇ ହୋଇ ଏକ ବାଇକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଫଟାଟାଙ୍ଗର ଗ୍ରାମର ଲିଙ୍ଗ କିସାନ‌(୧୭) ,କିରାଶାସନ ଗ୍ରାମର ବଳଦେବ ବାରିକ (୧୭)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ହିମାଂଶୁ ବାଗ ଗୁରୁତର ହୋଇଇଥିବା ଜଣାଯାଇଛି।

zx

କୁଚିଣ୍ଡା: କୁଚିଣ୍ଡା ଥାନା ସଇଡା ପୁରୁଣା ପାଣି ରାସ୍ତା କାଜୁ ବଗିଚା ବିଜାଡିହି ମୋଡାଣି ନିକଟରେ ଭାରସାମ୍ୟ  ହରାଇ ରାସ୍ତାକଡରେ ଏକ ଆମ୍ବଗଛରେ ବାଡେଇ ହୋଇ ଏକ ବାଇକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଫଟାଟାଙ୍ଗର ଗ୍ରାମର ଲିଙ୍ଗ କିସାନ‌(୧୭) ,କିରାଶାସନ ଗ୍ରାମର ବଳଦେବ ବାରିକ (୧୭)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ହିମାଂଶୁ ବାଗ ଗୁରୁତର ହୋଇ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ଜଣାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। କୁଚିଣ୍ଡା ପୁଲିସ ଏ ନେଇ  କୁଚିଣ୍ଡା ଥାନାରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ତିନିଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଏକ ହିରୋ ଡିଲକ୍ସ ଓଡି ୨୩ ଇ ୯୧୮୨ ରେ ଦ୍ରୁତ ଗତିରେ ସାତକମା ପଟକୁ ଆସୁଥିବା ସମୟରେ ରାତ୍ରୀ ପ୍ରାୟ ୭.୩୦ ସମୟରେ ସାତକମା କାଜୁ ବଗିଚା ମୋଡାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଆମ୍ବଗଛରେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। କିଛି ସମୟପରେ ଖବର ପାଇ କୁଚିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ସମୟରେ ଝିର୍ଲାପାଲିର ହେମନ୍ତ ବାଗ(୨୫)ଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ପ୍ରାପ୍ତ ଘଟଣାରୁ ପ୍ରକାଶ ଏହି ତିନିଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଏକ ହିରୋ ଡିଲକ୍ସ ଓଡି ୨୩ ଇ ୯୧୮୨ ରେ ଦ୍ରୁତ ଗତିରେ ସାତକମା ପଟକୁ ଆସୁଥିବା ସମୟରେ ରାତ୍ରୀ ପ୍ରାୟ ୭.୩୦ ସମୟରେ ସାତକମା କାଜୁ ବଗିଚା ମୋଡାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଆମ୍ବଗଛରେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। କିଛି ସମୟପରେ ଖବର ପାଇ କୁଚିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଯୁବକଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ସମୟରେ ଝିର୍ଲାପାଲିର ହେମନ୍ତ ବାଗ(୨୫)ଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe