ଟ୍ରେଲର ଧକ୍କାରେ ବାଇକ ଆରୋହୀ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନଟିପିସି ପରିସରରେ ଏକ ବାଇକ୍ କୁ ଟ୍ରେଲର ଧକ୍କା ଦେବା ଫଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। 

cvb

ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନଟିପିସି ପରିସରରେ ଏକ ବାଇକ୍ କୁ ଟ୍ରେଲର ଧକ୍କା ଦେବା ଫଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। 

ଦର୍ଲିପାଲି ଆର୍ ଆର୍ କଲୋନୀର କିଶୋର ଖଡିଆ (୪୫) ଏବଂ ସାଥି ସମୀର ଖଡିଆ ଏକ ବାଇକ୍ ନଂ ଓଡି-୨୩-୪୦୪୨ ରେ ବରୋଭଗାର ଗାଁରୁ ଘରକୁ ଫେରୁଥିବା ବେଳେ ମାଲ୍ ଖଲାସ କରି ଏନଟିପିସିରୁ ଫେରୁଥିବା ଏକ ଟ୍ରେଲର ଏପି-୧୬-ଟିୟୁ-୯୫୭୯ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ।

ସୂଚନାରୁ ପ୍ରକାଶ ଯେ,ଦର୍ଲିପାଲି ଆର୍ ଆର୍ କଲୋନୀର କିଶୋର ଖଡିଆ (୪୫) ଏବଂ ସାଥି ସମୀର ଖଡିଆ ଏକ ବାଇକ୍ ନଂ ଓଡି-୨୩-୪୦୪୨ ରେ ବରୋଭଗାର ଗାଁରୁ ଘରକୁ ଫେରୁଥିବା ବେଳେ ମାଲ୍ ଖଲାସ କରି ଏନଟିପିସିରୁ ଫେରୁଥିବା ଏକ ଟ୍ରେଲର ଏପି-୧୬-ଟିୟୁ-୯୫୭୯ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର କିଶୋରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗ୍ରାମବାସୀଙ୍କ ପକ୍ଷରୁ ଏନଟିପିସି-ଦର୍ଲିପାଲି ରାସ୍ତା ଅବରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe