Accident at peta maliguda ghati, 5 Injured Photograph: (sambad.in)
ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳର ପେଟା ମାଳିଗୁଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁନ୍ଦୁରା ଗ୍ରାମରୁ ତିନି ପରିବାର ଗୋଟିଏ ଗାଡ଼ିରେ ଆନ୍ଧ୍ର ପ୍ରଦେଶର ଆର୍କୁ ଭ୍ରମଣକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପେଟା ମାଳିଗୁଡ଼ା ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଟ୍ରକ ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ।
ଦୁର୍ଘଟଣାରେ କାର୍ ଡ୍ରାଇଭର ଏବଂ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଆହତମାନେ ସାଧାରଣ ଆଘାତ ପାଇଥିବାର ସୂଚନା ମିଳିଛି। ଖବର ପାଇ ରାଣୀତୋଟା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତମାନଙ୍କୁ ବୈପାରିଗୁଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।
ଆହୁରି ପଢ଼ନ୍ତୁ:Young Man Death Accident ବାଲିଘାଟରେ ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ଡ୍ରାଇଭର ଓ ବୃଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ
ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଡ୍ରାଇଭର ଓ ବୃଦ୍ଧାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ, ଡ୍ରାଇଭରଙ୍କ ହାତ ଭାଙ୍ଗିବା ସହ କାନରେ ଗଭୀର ଆଘାତ ଲାଗିଥିବାର ଜଣାପଡ଼ିଛି।
Follow Us