ଦୁର୍ଘଟଣା: ପିଆଜ ବୋଝେଇ ଟ୍ରକ୍ ସହ ଜଳିଗଲା ବାଇକ୍, ଶ୍ରମିକଙ୍କର ଜୀବନ ଗଲା

୪୯ ନଂ ଜାତୀୟ ରାଜପଥ ବିଶୋଇ ଥାନା ଅଧୀନ ଡୁମୁରୁଡ଼ିହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜଳିଯାଇଛି ଏକ ପିଆଜ ବୋଝେଇ ଟ୍ରକ୍ ସହ ଗୋଟିଏ ବାଇକ୍ । ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ 2 ଗୁରୁତର ଆହତ ହୋଇଛନ୍ତି। 

fire678

ରାଇରଙ୍ଗପୁର: ବିଳମ୍ୱିତ ରାତିରେ ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ବିଶୋଇ ଥାନା ଅଧୀନ ଡୁମୁରୁଡ଼ିହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜଳିଯାଇଛି ଏକ ପିଆଜ ବୋଝେଇ ଟ୍ରକ୍ ସହ ଗୋଟିଏ ବାଇକ୍ । ଏହି ଦୁର୍ଘଟଣାରେ ଟ୍ରାକ୍ଟରର ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି। 

ମୃତ ଶ୍ରମିକ ଜଣକ ହେଉଛନ୍ତି ବିଶୋଇ ଥାନା ନୂଆଗାଁ ଗ୍ରାମର ପପୁ ମହାନ୍ତ। ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବିଶୋଇ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe