ଶବ ନେଇ ଭୋଗରାଇ ଫେରୁଥିଲେ: ଦୁର୍ଘଟଣାରେ ଚାଲିଗଲା ତିନିଜଣଙ୍କ ଜୀବନ

Advertisment

ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ, ଭିଣୋଇ ଓ ଗାଡ଼ିଚାଳକ। ଭଦ୍ରକ ଜିଲ୍ଲା ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡ଼ି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ ଧକ୍କଦେବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ, ଭିଣୋଇ ଓ ଗାଡ଼ିଚାଳକ। ଭଦ୍ରକ ଜିଲ୍ଲା ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡ଼ି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ ଧକ୍କଦେବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

vgh

ଫୁଲବଣୀ(ଶିଶିର ପ୍ରଧାନ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ, ଭିଣୋଇ ଓ ଗାଡ଼ିଚାଳକ। ଭଦ୍ରକ ଜିଲ୍ଲା ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡ଼ି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ ଧକ୍କଦେବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଉକ୍ତ ଗ୍ରାମର ଦିବାକର ଜେନା(୬୫) ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଗୁରୁବାର ତାଙ୍କୁ କଟକ ଏକ ନର୍ସିଂହୋମ୍‌କୁ ତାଙ୍କ ପୁଅ ଓ ସ୍ତ୍ରୀ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ଦିବାକରଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଗାଡ଼ିରେ ଡ୍ରାଇଭର ସହିତ ପୁଅ ଓ ମା’ ଘରକୁ ଫେରୁଥିଲେ। ଗାଡ଼ିଟି ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ହୋଇ ନିଜେ ଶବ ପାଲଟିଗଲେ ପୁଅ,ଭିଣୋଇ ଓ ଗାଡ଼ିଚାଳକ। ଭଦ୍ରକ ଡାକ୍ତରଖାନାରେ ପୁଅ ଓ ମା’ଙ୍କୁ ଜରୁରୀ ଉନ୍ନତ ଚିକିତ୍ସା ମିଳି ନ ଥିବାରୁ ପୁଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

ଗାଡ଼ିରେ ଥିବା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ପଳାସିଆ ଗ୍ରାମର ହିମାଂଶୁ ଜେନା(୩୬) ଭଦ୍ରକ ସ୍ବାସ୍ଥ୍ୟକେନ୍ଦ୍ରରେ,ନିମାତପୁର ପଞ୍ଚାୟତ ବିରଜାର ପିଉସା କାହ୍ନୁ ଦଳାଇ ଓ କଟକ ବାସିନ୍ଦା ଗାଡ଼ିଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ହିମାଂଶୁଙ୍କ ମା’ ସାବିତ୍ରୀ (୫୮)ଙ୍କୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସାବିତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର ସୂତ୍ରରୁ ଜଣାଯାଇଛି। ମୃତ ଗାଡ଼ିଚାଳକଙ୍କ ଠିକଣା ଖବର  ମିଳିପାରିନାହିଁ।

 ଏହି ଦୁଃଖଦ ଘଟଣା ଗାଁରେ ପହଞ୍ଚିବା କ୍ଷଣି ମୃତ ହିମାଂଶୁଙ୍କ ସ୍ତ୍ରୀ ତାଙ୍କର ୨ ଝିଅ ଓ ଜଣେ ପୁଅ ଓ ଆତ୍ମୀୟସ୍ବଜନଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ମୃତ ହିମାଂଶୁଙ୍କ ସ୍ତ୍ରୀ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଗାଁ ଲୋକେ ତାଙ୍କୁ ଅଟକାଇ ରଖି ଆଶ୍ୱାସନା ଦେଉଥିବାର ସୂଚନା ମିଳିଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଦିବାକର ଜେନା(୬୫) ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଗୁରୁବାର ତାଙ୍କୁ କଟକ ଏକ ନର୍ସିଂହୋମ୍‌କୁ ତାଙ୍କ ପୁଅ ଓ ସ୍ତ୍ରୀ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ଦିବାକରଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଗାଡ଼ିରେ ଡ୍ରାଇଭର ସହିତ ପୁଅ ଓ ମା’ ଘରକୁ ଫେରୁଥିଲେ। ଗାଡ଼ିଟି ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ହୋଇ ନିଜେ ଶବ ପାଲଟିଗଲେ ପୁଅ,ଭିଣୋଇ ଓ ଗାଡ଼ିଚାଳକ। ଭଦ୍ରକ ଡାକ୍ତରଖାନାରେ ପୁଅ ଓ ମା’ଙ୍କୁ ଜରୁରୀ ଉନ୍ନତ ଚିକିତ୍ସା ମିଳି ନ ଥିବାରୁ ପୁଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe