ଠିକା ଶ୍ରମିକଙ୍କ ଉପରେ ମାଡ଼ିଗଲା ଗାଇଡ୍ କାର, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସୁନ୍ଦରଗଡ଼ର ବିଜୟ ବିଶି (୪୦)ନାମକ ଜଣେ ଠିକା ଶ୍ରମିକଙ୍କ ଉପରେ ଗାଇଡ୍ କାର ମାଡିଯିବାରୁ ତାଙ୍କର ଗୋଡ଼ ଉପରେ ଚଢି ଯାଇଥିଲା। ଗୁରୁତର ଆହତ ଶ୍ରୀ ବିଶିଙ୍କୁ ପ୍ରଥମେ ଇସ୍ପାତ ଜେନେରାଲ ହସପିଟାଲକୁ ଓ ପରେ ତାଙ୍କୁ ଆଜି ସକାଳ ୯ ଟାରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି।

rsp

ରାଉରକେଲା: ଆରଏସପି କୋକ ଓଭେନ ବ୍ୟାଟେରୀ-୩ କୁ ୨୦୨୩ ମସିହାରୁ ଉତ୍କଳ ଇଂଞ୍ଜିନୀଅରିଂ ପ୍ରାଇଭେଟ ଲିମିଟେଡକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା ଭାର ଅର୍ଥାତ ଅପେରସନ, ମେକାନିକାଲ ଓ ଇଲେକ୍ଟ୍ରିକାଲ ସମସ୍ତ କାର୍ଯ୍ୟ ଦିଆଯାଇଛି। ଗୁରୁବାର-ଶୁକ୍ରବାର "ସି" ସିଫ୍ଟ ରେ କାର୍ଯ୍ୟରତ ସୁନ୍ଦରଗଡ଼ର ବିଜୟ ବିଶି (୪୦ନାମକ ଜଣେ ଠିକା ଶ୍ରମିକଙ୍କ ଉପରେ ରାତି ୨ଟା ବେଳେ ଗାଇଡ୍ କାର ମାଡିଯିବାରୁ ତାଙ୍କର ଗୋଡ଼ ଉପରେ ଚଢି ଯାଇଥିଲା।

 ଗୁରୁତର ଆହତ ଶ୍ରୀ ବିଶିଙ୍କୁ ପ୍ରଥମେ ଇସ୍ପାତ ଜେନେରାଲ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଆଜି ସକାଳ ୯ ଟାରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଇଏସଆଇ ତରଫରୁ ରେଫର କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe