Accident 4 Seriously Injured ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର୍, ୪ ଗୁରୁତର

Advertisment

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରଲରକୁ ପଛରୁ ଏକ ଆଇଚର ଟ୍ରକ ଧକ୍କା ଦେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ hospital ସ୍ଥାନାନ୍ତରିତ କରିଛନ୍ତି।

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରଲରକୁ ପଛରୁ ଏକ ଆଇଚର ଟ୍ରକ ଧକ୍କା ଦେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ hospital ସ୍ଥାନାନ୍ତରିତ କରିଛନ୍ତି।

Untitled

accident at soro, 4 seriously injured Photograph: (Sambad.in)

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରଲରକୁ ପଛରୁ ଏକ ଆଇଚର ଟ୍ରକ ଧକ୍କା ଦେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜେଏଚ ୦୧ ଏଫଆର ୦୧୨୧ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ ଘରୋଇ ସାମଗ୍ରୀ ଲୋଡ଼ କରି ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ତଳନଗର ନିକଟରେ ଆଗରେ ଯାଉଥିବା ଏକ ଟ୍ରଲର ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ମଧ୍ୟରେ ଥିବା ଚାରି ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଟ୍ରକ୍ ମଧ୍ୟରେ ଚାପି ହୋଇ ରହିଥିଲେ।

ଆହୁରି ପଢ଼ନ୍ତୁ: Mohan Charan Majhi: ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା: ମୁଖ୍ୟମନ୍ତ୍ରୀ

ଗୁରୁତର ବ୍ୟକ୍ତିମାନେ ବିହାର ପାଟଣା ଅଞ୍ଚଳର

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ପୁଲିସ ଏବଂ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଡା ଦମକଳ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସୁକାନ୍ତ କୁମାର ସାହୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଆହତ ବ୍ୟକ୍ତିମାନେ ବିହାର ପାଟଣା ଅଞ୍ଚଳର ସଞ୍ଜୟ ଯାଦବ, ଅନିଲ ଯାଦବ, ପଙ୍କଜ ଯାଦବ ଏବଂ ରାକେଶ ଯାଦବ ବୋଲି ଜଣାପଡିଛି।

President Jagannath Temple ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe