ସୁନ୍ଦରଗଡ଼: ମଙ୍ଗଳବାର ସନ୍ଧ୍ୟା ୭ଟାରେ ସୁନ୍ଦରଗଡ଼-ଏମସିଏଲ ରାସ୍ତା ବନ୍ଧପାଲି ଇବସେତୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଫର୍ଚୁନର୍‌ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କାର୍‌ ତଳେ ଚାପି ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ମୃତକ ହେଲେ ସମ୍ପନ୍ନ ପାଣିଗ୍ରାହୀ (୧୭)। ତାଙ୍କ ଘର ସୁନ୍ଦରଗଡ଼ ସହର ପତ୍ରାପଡ଼ାରେ। ବିଜୟ ଟକିଜରୋଡ୍‌ରେ ତାଙ୍କର ଏକ ରେଷ୍ଟୁରାଣ୍ଟ ରହିଥିବା ସୂଚନା ମିଳିଛି।

Advertisment

ଦୁର୍ଘଟଣାଗ୍ରସ୍ତ ସମସ୍ତେ ସୁନ୍ଦରଗଡ଼ ସହରର

ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସଦରଥାନା ପୁଲିସ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ପରିବାର ଲୋକେ ‌ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମସ୍ତେ ସୁନ୍ଦରଗଡ଼ ସହରର।

ଆହୁରି ପଢ଼ନ୍ତୁ:Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର

ସନ୍ଧ୍ୟାରେ କାର୍‌ (ଓଡି-୧୬ ଜେ-୫୯୧୬)ରେ ୩ ଜଣ ଯୁବକ ବନ୍ଧପାଲି ପଟୁ ସୁନ୍ଦରଗଡ଼ ଆସୁଥିଲେ। ସେତୁ ପୂର୍ବ ବୁଲାଣିରେ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକେ ଧାଇଁ ଆସି କାରରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ