ଘୋଷାଡ଼ି ନେଲା ଟ୍ରେଲର: ମହିଳାଙ୍କ ସହ ୬ ଛେଳି ମୃତ, ରାସ୍ତାରୋକ

ଆଜି ଅପରାହ୍ନ ୧ଟାରେ ସୁନ୍ଦରଗଡ଼ ଟାଉନ ଥାନା କଲେଜ ବାଇପାସ ଅମଲିପାଲି ନିକଟରେ ଏମସିଏଲକୁ କୋଇଲା ପାଇଁ ଯାଉଥିବା ଏକ ଟ୍ରେଲର (ଓଡି ୧୬ ଇ ୦୫୨୧) ଦ୍ରୁତଗତିରେ ଭୁଲ ରାସ୍ତାରେ ଆସି ଜଣେ ମହିଳାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି।

Accident

ସୁନ୍ଦରଗଡ଼: ଆଜି ଅପରାହ୍ନ ୧ଟାରେ ସୁନ୍ଦରଗଡ଼ ଟାଉନ ଥାନା କଲେଜ ବାଇପାସ ଅମଲିପାଲି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏମସିଏଲକୁ କୋଇଲା ପାଇଁ ଯାଉଥିବା ଏକ ଟ୍ରେଲର (ଓଡି ୧୬ ଇ ୦୫୨୧) ଦ୍ରୁତଗତିରେ ଭୁଲ ରାସ୍ତାରେ ଆସି ଜଣେ ମହିଳାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି।  ମୃତା ହେଲେ ଅମଲିପାଲିର ଗୁରୁବାରୀ ବାଗ।

ଗୁରୁବାରୀ ଛେଳି ଚରାଇ ଘରକୁ ଫେରୁଥିଲେ। ଦୁର୍ଘଟଣାରେ ୫ଟି ଛେଳିର ମୃତ୍ୟୁ ହୋଇଛି।  ଦୁର୍ଘଟଣା ଘଟାଇ ଟ୍ରେଲର୍ ରାସ୍ତା ଆରପଟେ ବିଲ ଭିତରକୁ ପଶିଯାଇଛି।  ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।  ଯୁବନେତା ହିମାଂଶୁ ଶେଖର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଉମା ନାଏକ ପ୍ରମୁଖ  ଆନ୍ଦୋଳନକାରୀଙ୍କ  ସହ ସାମିଲ  ହୋଇ କ୍ଷତିପୂରଣ ଦାବି କରିଛନ୍ତି। ମୃତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ, ରାସ୍ତାରେ ଧୀର ଗତିରେ ଗାଡ଼ିଚାଳନା, ବସ୍ତି ନିକଟରେ ଗତି ଅବରୋଧକ ନିର୍ମାଣ  ପାଇଁ ଲୋକେ ଦାବି କରିଛନ୍ତି। ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।  ଡ୍ରାଇଭରଙ୍କୁ ଥାନାରେ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe