ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ଓଡ଼ିଆଙ୍କର ମୃତ୍ୟୁ, ୨୦ରୁ ଊର୍ଦ୍ଧ୍ବ ଆହତ

ତେଲେଙ୍ଗାନର ସୂର୍ଯ୍ୟପେଟ - ଖମ୍ମମ ଜାତୀୟ ରାଜପଥରେ ଏଜି ସଡ଼କ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

xdf

ମାଲକାନଗିରି: ତେଲେଙ୍ଗାନର ସୂର୍ଯ୍ୟପେଟ - ଖମ୍ମମ ଜାତୀୟ ରାଜପଥରେ ଏଜି ସଡ଼କ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗୁପ୍ତା ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍ (ସିଜି ୧୭କେଏସ୭୭୧୯) ପାର୍କିଂ ହୋଇଥିବା ଭଙ୍ଗା ବସକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି।ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସୂର୍ଯ୍ୟପେଟ୍ ଡିଏସପି, ପୁଲିସ ସିଆଇ, ଚିଭଭେମଲା ଏସ୍ଆଇ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜାରି ରହିଛି ରିଲିଫ୍ କାର୍ଯ୍ୟ।ଖମ୍ମମ୍ ରୁ ହାଇଦ୍ରାବାଦ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣାଟି ଭୋର ୩.୩୦ ରୁ ୪.୦୦ ମଧ୍ୟରେ ଘଟିଥିଲା।

 ସୂଚନା ଅନୁଯାୟୀ, ଭଙ୍ଗା ବସ୍‌ଟି ଏକ ବାଲି ଟ୍ରକକୁ ଧକ୍କା ଦେଇଥିଲା ଯାହାର ଟାୟାର ଫାଟିଯିବାରୁ ସେ ଓଲଟି ଯାଇଥିଲା। ଗୁପ୍ତା ଟ୍ରାଭେଲସ ବସଟି ନୂଆପଡା ଜିଲ୍ଲାର ସେନାପଲି ବ୍ଲକ ରୁ ବାହାରି ହାଇଦ୍ରାବାଦ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe