Malkangiri Photograph: (sambad.in)
ମାଲକାନଗିରି: ମାଥିଲି ବ୍ଲକର ଦୁର୍ଗମ ତଥା ନକ୍ସଲ ପ୍ରବଣ ତୁଳସୀ ଗ୍ରାମର ଲୋକେ ପ୍ରତି ସପ୍ତାହରେ ପଡୋଶୀ ଛତିଶଗଡ଼ର ଚନ୍ଦାମେଟା ଦେଇ କୋଲେଙ୍ଗ ସାପ୍ତାହିକ ହାଟକୁ ଯାଇଥାନ୍ତି। ଗତ ଡିସେମ୍ବର ୨୧ ତାରିଖରେ ତୁଳସୀ ଗ୍ରାମର ବହୁ ଲୋକ ଏକ ପିକଅପ ଭ୍ୟାନରେ କୋଲେଙ୍ଗା ହାଟକୁ ଯାଉଥିଲେ। ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା। ଯାହାଫଳରେ ଘଟଣାସ୍ଥଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିଲେ।
ତୁଳସୀ ଗ୍ରାମର ମଧ୍ୟ ବହୁ ଲୋକ ଆହତ ହୋଇଥିଲେ ମଧ୍ୟ ଲଖମୁ ଦୁରୁ(୬୦) ଗୁରୁତର ଅବସ୍ଥାରେ ଜଗଦଲପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଜିତୃ ଦୁରୁଆଙ୍କ ଝିଅ କାଇତୁ ଦୁରୁଆ(୧୬) ମଧ୍ୟ ଗୁରୁତର ଆହତ ହୋଇ ଜଗଦଲପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରୁ କାଇତୁର ଡାହାଣ ଆଖି ନଷ୍ଟ ହୋଇଯାଇଥିବା ବେଳେ ଡାହାଣ ହାତର ଆଙ୍ଗୁଠି ଭାଙ୍ଗି ବଙ୍କା ହୋଇଯାଇଛି।
ସେହିପରି ଲଖମୁର ପେଟ ପାଖେ ଏବେ ବି ଏକ ପାଇପ ଲଗାଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ମାଲାକନଗିରି ମେଡିକାଲରେ ଭର୍ତ୍ତି ହୋଇଛି। ଦୁହେଁ ଏବେ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କୁ କେହି ପଚାରିବାକୁ ନାହାନ୍ତି। ଗରିବ ହୋଇଥିବାରୁ ଏମାନଙ୍କୁ କେହି ସାହାଯ୍ୟ କରିନଥିବାରୁ ଏମାନେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏହି ଦୁଇ ଜଣ ଗୁରୁତର ରୋଗୀଙ୍କୁ ସହଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Follow Us