୨ ବାଇକ୍‌ ମୁହାଁମୁହିଁ ଧକା: ୫ ଆହତ, ୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Accident in Balipatna

Accident in Balipatna Photograph: (sambad.in)

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କଲେଜରୁ ପରୀକ୍ଷା ଦେଇ ଆସୁଥିବା ବେଳେ ୨ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆହତମାନେ ହେଲେ ଟିଙ୍କିପଡା ଗ୍ରାମର ସୁମିତ ଭୁୟାଁ, ଅନ୍ଧଟିର ବିଶ୍ୱଜିତ ଭୋଇ, ଆରପଦାର ଆଶିଷ ସେଠୀ (୨୫), ଜିତେନ୍ଦ୍ର ସେଠି (୨୫), ଶିବ ଜେନା (୨୧)। ପୁଲିସ୍‌ ବାଇକ ଜବତ କରିବା ସହ ଅଧିକ ଅନୁସନ୍ଧନ ଜାରିରଖିଛି।

ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। 

ସୂଚନା ଅନୁସାରେ ସରଦେଇପୁର-ନିମାପଡ଼ା ରାସ୍ତାରେ ଅଠାନ୍ତର ଛକ ମନୋରମା ଏଜେନ୍ସି ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ କଲେଜ ଛାତ୍ରଙ୍କ ଗାଡ଼ିକୁ ସାମ୍ନାରୁ ଧକା ଦେଇଥିଲା। ବନମାଳୀପୁର ଡିଗ୍ରି କଲେଜର + ୩ ଦ୍ୱିତୀୟ ବର୍ଷର ଛାତ୍ର ସୁମିତ ଭୁୟାଁ ଓ ବିଶ୍ୱଜିତ ଭୋଇ ସେମିଷ୍ଟାର ପରୀକ୍ଷା ସାରି ବାଇକ୍‌ରେ ବାଲିପାଟଣା ଅଭିମୁଖେ ଆସୁଥିଲେ। ନରଦା ଆରପଦାର ଆଶିଷ, ଜିତେନ୍ଦ୍ର ଏବଂ ଶିବ ୩ ଜଣ ବିପରୀତ ଦିଗରୁ ଏକ ବାଇକରେ ଦ୍ରୁତଗତିରେ ପିକ୍‌ଅପ୍‌ ଗାଡ଼ିକୁ ଓଭର ଟେକ୍‌ କରିବା ବେଳେ କଲେଜ ଛାତ୍ରଙ୍କୁ ମୁହାଁମୁହିଁ ଶକ୍ତ ଧକା ଦେଇଥିଲେ।

ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ଫଳରେ ୫ ଜଣ ବାଇକ ଆରୋହୀ ରାସ୍ତାରେ ବହୁ ଦୂରକୁ ଛିଟିକି ପଡ଼ିଥିଲେ। ମୁଣ୍ଡ, ହାତ, ଗୋଡ଼, ଛାତି, ପିଠି, ଆଣ୍ଠୁ ପ୍ରଭୁତି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  ସୁମିତ ଏବଂ ଆଶିଷଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛନ୍ତି।  ଦୁର୍ଘଟଣା ଘଟାଇ ଥିବା ୩ ଯୁବକ ପ୍ରଚୁର ମଦ୍ୟପାନ କରିଥିବା ଚିକିତ୍ସା ସମୟରେ ଜଣାପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଆପାଚି ଗାଡ଼ିର ଇଂଜିନ ସମ୍ପୂର୍ଣ ଫାଟି ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe