‘ଯୁବ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରି ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରାଯାଇ ପାରିବ’

ଯୁବ ରେଡକ୍ରସର ପ୍ରବେଶ ଉତ୍ସବରେ ମୁଖ୍ୟଅତିଥି ଭାବେ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଉଦ୍ଧବ ପଧାନ ଯୋଗଦେଇ କହିଲେ, ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ସହାୟତା ବିଷୟରେ ତାଲିମ ପ୍ରଦାନ କରାଗଲେ ଭଲ ପଦକ୍ଷେପ ହୋଇପାରିବ।

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅଧୀନ ଲଛିପୁରସ୍ଥିତ ଗ୍ରାମପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ ଉଦ୍ଧବ ପଧାନ ଯୋଗଦେଇ ଥିଲେ। ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ସହାୟତା ବିଷୟରେ ତାଲିମ ପ୍ରଦାନ କରାଗଲେ ଭଲ ପଦକ୍ଷେପ ହୋଇପାରିବ। ଯୁବ ଛାତ୍ରଛାତ୍ରୀମାନେ ପ୍ରାଥମିକ ସହାୟତାର କୌଶଳକୁ ଆବଶ୍ୟକ ବେଳେ ବ୍ୟବହାର କଲେ ଅନେକ ଲୋକ ଉପକୃତ ହେବା ସହ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ପାରିବ। 

publive-image

ଯୁବ ଛାତ୍ରଛାତ୍ରୀମାନେ ପ୍ରାଥମିକ ସହାୟତାର କୌଶଳକୁ ଆବଶ୍ୟକ ବେଳେ ବ୍ୟବହାର କଲେ ଅନେକ ଲୋକ ଉପକୃତ ହେବା ସହ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ପାରିବ। 

ସମ୍ମାନିତ ଅତିଥି ତଥା ଅର୍ଥନୀତି ବିଭାଗର ଅଧ୍ୟାପକ ରମାକାନ୍ତ କର, ଇଂରାଜି ଅଧ୍ୟାପିକା ପିଙ୍କି ଦାଶ, କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ସାହୁ, ଗ୍ରନ୍ଥାଗାରିକ ଦିଲୀପ କୁମାର ସାହୁ ଯୋଗ ଦେଇଥିଲେl ଏହି ଅବସରରେ ଶ୍ରୀ ପଧାନଙ୍କୁ କଲେଜର ଅଧ୍ୟକ୍ଷ ମାନପତ୍ର ଦେଇ ସମ୍ମାନିତ କରିଥିଲେ। କଲେଜର ୧୯୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଯୁବ ରେଡକ୍ରସର ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ର ବିକ୍ରମ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବ ରେଡ଼କ୍ରସ କାଉନସିଲର ଆର୍ତ୍ତତ୍ରାଣ ଦାସ ସଭା ପରିଚାଳନା କରି ସଭାର ଉଦ୍ଦେଶ୍ୟ କହିଥିଲେl ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ କଲେଜର ଦିଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe