ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା: ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।

ଅଦ୍ୟତନ ହୋଇଛି
Biju Pattnaik statue vendalised

Biju Pattnaik statue vendalised Photograph: (sambad.in)

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି ବିଜୁ ଜନତା ଦଳ (ବିଜେଡି)ର ସ୍ଥାନୀୟ କର୍ମୀମାନେ ଆଜି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। 

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ‌ପୋଡ଼ିବା ଘଟଣା ନେଇ ବିଜୁ ଜନତା ଦଳ (ବିଜେଡି) ଦୁଃଖ ଓ କ୍ଷୋଭ ପ୍ରକାଶ କରିଛି। ଏହି ଘଟଣାକୁ ନେଇ ବିଜେଡିର ନେତାମାନଙ୍କ ସମେତ ସଂଜୟ କୁମାର ଦାସବର୍ମା ତୀବ୍ର ନିନ୍ଦା କରିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜାରି କରି ଶ୍ରୀ ଦାସବର୍ମା କହିଛନ୍ତି, ପ୍ରବାଦ ପୁରୁଷ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ। ସେହିପରି ରାୟଗଡ଼ା ବିଜେଡି ସଂଗଠନ ‌ଆନ୍ଦୋଳନ ନେଇ ଚେତାବନୀ ଦେଇଥିବା ବେଳେ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି କରିଛି। 

ବିବାଦୀୟ ଥିଲା ସ୍ଥାନ, ପ୍ରତିମୂର୍ତ୍ତି ସ୍ଥାପନ

ପାଟଣାଗଡ଼ ବ୍ଲକ ଛକ ବିଭିନ୍ନ କାରଣକୁ ନେଇ ବିବାଦୀୟ ଥିଲା। ଏହି ବିବାଦ ଆଜିର ନୁହେଁ। କିଛି ବର୍ଷ ହେଲା ଏହି ସ୍ଥାନକୁ ନେଇ ସ୍ଥାନୀୟ ଲୋକ ଏବଂ ରାଜନୈତିକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସ୍ଥାନକୁ ପର୍ଶୁରାମ ଛକ ଭାବେ ନାମକରଣ କରାଯିବା ପାଇଁ ବ୍ରହ୍ମଣ ସମାଜ ଦାବୀ କରି ଆସୁଥିଲା। ସମ୍ପ୍ରୁକ୍ତ ସ୍ଥାନରେ ଭଗବାନ ପର୍ଶୁରାମଙ୍କ ଫଟୋ ରଖି ପୂଜା ମଧ୍ୟ କରା ଯାଉଥିଲା। କିଛି ବର୍ଷ ହେବ ସେଠାରେ ପର୍ଶୁରାମ ଜୟନ୍ତୀରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ମଧ୍ୟ କରା ଯାଉଛି। କିନ୍ତୁ ଭଗବାନ ପର୍ଶୁରାମଙ୍କ ଫଟୋକୁ କିଛି ଲୋକ ଅନ୍ୟତ୍ର ସ୍ଥାନାନ୍ତର କରିବା, ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନେଇ ବିବାଦ ଚରମସ୍ତରରେ ପହଞ୍ଚିଥିଲା। ତେବେ ଦୀର୍ଘ ଦିନର ନିରବତା ପରେ ମଙ୍ଗଳବାର ସକାଳୁ ବୁଜୁବାବୁଙ୍କ ସେହି ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ଜାଳି ଦେଇଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ପର୍ଶୁରାମ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲା। ଫଳରେ ପ୍ରତିମୂର୍ତ୍ତିଟି ହୁତୁହୁତୁ ହୋଇ ଜଳି ଉଠିଥିଲା। ପ୍ରତିମୂର୍ତ୍ତିର ମୂଳରୁ ଚୂଳ ପର୍ଯ୍ୟନ୍ତ ନିଆଁ ଲାଗିଥିଲା। ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ସହ ପୁଣି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଢାଙ୍କି ଦେଇଛି। 

Biju Pattnaik | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe