ଅଭିଯୁକ୍ତ ସ୍ୱାମୀକୁ ମାସେ ଜେଲ, ଉଦ୍ଧାର ନାବାଳକକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର

୨୦୧୬ ମସିହାରେ ଗୋପାଳପୁର ଥାନା ପଣ୍ଡାଶୁଣି ଅଞ୍ଚଳର ଜନୈକା ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ବାଲେଶ୍ୱର ପରିବାର ଅଦାଲତରେ ଏକ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ଆଜି ହୋଇଛି।

court

ବାଲେଶ୍ୱର: ପରିବାର ଅଦାଲତର ବିଚାରପତି ଦିଗାମ୍ବର ପୃଷ୍ଟି ଏକ ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀକୁ ଏକ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସେହିପରି ଅଦାଲତ ଉଦ୍ଧାର ହୋଇଥିବା ନାବାଳକ ପୁତ୍ର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛନ୍ତି। 

ମାମଲାର ବିବରଣୀରୁ ଜଣାଯାଇଛି ଯେ, ୨୦୧୬ ମସିହାରେ ଗୋପାଳପୁର ଥାନା ପଣ୍ଡାଶୁଣି ଅଞ୍ଚଳର ଜନୈକା ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ବାଲେଶ୍ୱର ପରିବାର ଅଦାଲତରେ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ତାଙ୍କ ସ୍ୱାମୀଙ୍କ ବିରୋଧରେ ୯୬/୧୬ରେ ଏକ ମିସକେଶ ହୋଇଥିଲା। ତେବେ ଦୀର୍ଘ ୯ ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ କମଳାକାନ୍ତ ମିଶ୍ରଙ୍କୁ ନୂଆଦିଲ୍ଲୀରୁ ପୁଲିସ ଗିରଫ କରିବା ସହ ତାଙ୍କ ପାଖରେ ଥିବା ନାବାଳକ ପୁତ୍ରକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି। 

ଦୀର୍ଘ ୯ ବର୍ଷ ପରେ ଅଭିଯୁକ୍ତ ସ୍ୱାମୀ କମଳାକାନ୍ତ ମିଶ୍ରଙ୍କୁ ନୂଆଦିଲ୍ଲୀରୁ ପୁଲିସ ଗିରଫ କରିବା ସହ ତାଙ୍କ ପାଖରେ ଥିବା ନାବାଳକ ପୁତ୍ରକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି। 

ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ସସ୍ମିତା ମିଶ୍ର ସୂଚନା ଦେଇ କହିଥିଲେ, ଆଜି ଗିରଫ ସ୍ୱାମୀ କମଳାକାନ୍ତ ମିଶ୍ରଙ୍କୁ ପରିବାର ଅଦାଲତରେ ହାଜର କରାଯିବା ସହ ନାବାଳକ ଶିଶୁପୁତ୍ରଙ୍କୁ ମଧ୍ୟ ଉପସ୍ଥାପନ କରାଯାଇଥିଲା। ମାମଲାର ଶୁଣାଣି କରି ପରିବାର ଅଦାଲତର ବିଚାରପତି ଦିଗାମ୍ବର ପୃଷ୍ଟି ଅଭିଯୁକ୍ତ ସ୍ୱାମୀ କମଳାକାନ୍ତ ମିଶ୍ରଙ୍କୁ ଆବେଦନକାରୀ ପତ୍ନୀ ସୀମା ମିଶ୍ରଙ୍କୁ ବକେୟା ଥିବା ୫ ଲକ୍ଷ ୪୫ ହଜାର ଟଙ୍କାର ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ନାବାଳକ ପୁତ୍ରଙ୍କୁ ସିଡବ୍ଲୁସି ହେପାଜତରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବର ପ୍ରସ୍ତୁତ ହେବା ବେଳକୁ ନାବାଳକ ପୁତ୍ର କେଉଁଠି ରହିବ ତାହା ନିଷ୍ପତ୍ତି ନିଆଯାଇନଥିଲା।

Baleswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe