ହାଟଡିହି/ବନ୍ତ: ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଡ଼ଅଁର ଗ୍ରାମର ଏବିଡିଓ ଦେବୀ ପ୍ରସାଦ ଜେନାଙ୍କୁ ଗିରଫ କରିଛି ନନ୍ଦିପଦା ପୁଲିସ। ଗତ ଅକ୍ଟୋବର ମାସ ଦୁଇ ତାରିଖ ଦିନ ଦେବୀପ୍ରସାଦ ତାଙ୍କ ପତ୍ନୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଘଟଣାର ୨୩ ଦିନ ପରେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବୀ ପ୍ରସାଦ ବାବାଜୀ ବେଶରେ ଏକ ସାଇକେଲ ଯୋଗେ ଗାଁ ଭିତରକୁ ଯିବାବେଳେ କିଛି ଯୁବକ ଦେଖି ପୁଲିସକୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୁଲିସ ତୁରନ୍ତ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ତାକୁ ଶାଳଣିଆ ମେଡିକାଲକୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି।
ଭାଇବୋହୂଙ୍କୁ ତଦନ୍ତ ପରିସରଭୁକ୍ତ କରୁ ପୁଲିସ
ଅଭିଯୁକ୍ତ ଗାଁକୁ ଆସିଥିବା ବେଳେ ଏକ ବ୍ୟାଗରେ ଅନେକ ମରଣାସ୍ତ୍ର ରଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଦେବୀ ପ୍ରସାଦ ଏହି ହତ୍ୟାକାଣ୍ଡ ଭିଆଇଥିବା ବେଳେ ପୁଲିସ କାହିଁକି ତାର ଭାଇବୋହୂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ସେନେଇ ପୁଅ ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି। ତାର ଖୁଡ଼ୀଙ୍କ ପ୍ରରୋଚନାରେ ହତ୍ୟା ହୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।
ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କଲେ ଏବିଡିଓ। ଏଭଳି ଅଭାବନୀୟ ଘଟଣା ଘଟିଥିଲା କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ଡଅଁର ଗ୍ରାମରେ। ମୃତ ମହିଳା ହେଲେ ସୁଦେଷ୍ଣା ଜେନା (୪୩)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) ଦେବୀପ୍ରସାଦ ଜେନା ଫେରାର ହୋଇଯାଇଛନ୍ତି।
ଆହୁରି ପଢ଼ନ୍ତୁ: Loot At Bonai: ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ
ସୂଚନା ଅନୁସାରେ, ଦେବୀପ୍ରସାଦଙ୍କ ପରକୀୟା ପ୍ରୀତିକୁ କେନ୍ଦ୍ର କରି ପତ୍ନୀ ସୁଦେଷ୍ଣାଙ୍କ ସହ ତିକ୍ତତା ଲାଗି ରହିଥିଲା। ସେ ପତ୍ନୀ ଓ ପୁଅଝିଅଙ୍କୁ ନିର୍ଯାତନା ଦେବା ସହ ନିଜ ଘରେ ରହିବାକୁ ଦେଉନଥିଲେ। ସୁଦେଷ୍ଣା ବାପଘରେ ରହି ସିଲେଇ କରି ପୁଅଝିଅଙ୍କୁ ପାଠ ପଢ଼ାଉଥିଲେ। କିଛିଦିନ ତଳେ ଦେବୀପ୍ରସାଦ ପତ୍ନୀ ଓ ପୁଅଝିଅଙ୍କୁ ଆଣି ଡଅଁରସ୍ଥିତ ଘରେ ରଖିଥିଲେ। ଗୁରୁବାର ଅପରାହ୍ଣରେ ସେ ଖାଇ ସାରି ବାଡ଼ିରେ ମନ୍ଦାର ଗଛ ଲଗାଇବାକୁ ଝିଅଠାରୁ ଦାଆ ମାଗି ନେଇଥିଲେ। ଏହି ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀ ଜେନା ଘରୁ ଏକ କୁରାଢ଼ି ଆଣି ସୁଦେଷ୍ଣାଙ୍କ ବେକକୁ ଚୋଟ ପକାଇଥିଲେ। ଝିଅ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସୁଦେଷ୍ଣା ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯିବା ପରେ ଶ୍ରୀ ଜେନା ଦୌଡ଼ି ପଳାଇଥିଲେ। ଝିଅର ପାଟି ଶୁଣି ପୁଅ ଓ ପଡ଼ୋଶୀ ଦୌଡ଼ି ଆସି ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ:Sand Loaded Trucks Seized: ସୋରରେ ତିନୋଟି ବାଲି ବୋଝେଇ ଗାଡ଼ି ଜବତ
ପୁଅ ସତ୍ୟପ୍ରକାଶ ଜେନା ନନ୍ଦିପଦା ଥାନାରେ କରିଥିବା ଅଭିଯୋଗ ମୁତାବକ ତାଙ୍କ ବାପା ଦେବୀପ୍ରସାଦ ବହୁଦିନରୁ ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଅବହେଳା କରୁଥିଲେ। ତାଙ୍କ ମା’ଙ୍କୁ ନିର୍ଯାତନା ଦେଉଥିଲେ। ଏ ନେଇ ନନ୍ଦିପଦା ଥାନା କେସ୍ ନମ୍ବର ୨୯୪/୨୦୨୫ ରୁଜୁ ହୋଇଛି। ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ ବେହେରା, ନନ୍ଦିପଦା ଥାନା ଆଇଆଇସି ରବୀନ୍ଦ୍ର କୁମାର ପାତ୍ର, ଏସ୍ଆଇ ବଳିଆ ବାରିକ, ଏସ୍ଆଇ ଅରୁପ କର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଫେରିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଓ ସୁଦେଷ୍ଣାଙ୍କ ବାପଘର ଲୋକେ ଦାବି କରିଥିଲେ।
arrested
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/abdo-arrested-in-murder-case-2025-10-27-11-25-49.png)