ରାଉରକେଲା / ବଣାଇ: କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଜାଗାରେ ବସାଇଦେଲେ ଓ ବିଧବା ମହିଳା ଏବଂ ତାଙ୍କ ଝିଅକୁ ବାନ୍ଧି ଦେଲେ l ବନ୍ଧୁକ ଦେଖାଇ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ l ବଣାଇ ଥାନା ହାଟପଦା ନିକଟସ୍ଥ ରଶ୍ମି ଇଲେଟ୍ରିକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଏମିତି ବଡ଼ ଧରଣର ଡକାୟତି ହୋଇଛି l ବଣାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି l
ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବାର ଧମକ ବି ଦେଇଥିଲେ ଦୁର୍ବୃତ୍ତ
ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ହାଟପଦା ନିକଟରେ ଜଣାଶୁଣା ରଶ୍ମି ଇଲେଟ୍ରିକ ଦୋକାନ ରହିଛି l ଗତକାଲି ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ବନ୍ଧୁକ ଓ ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ଘରେ ପଶିଥିଲେ l ପ୍ରଥମେ କର୍ମଚାରୀଙ୍କୁ ମାଡ଼ମାରି ମାଲିକାଣୀଙ୍କୁ ଫୋନ କରି ମାଲିକାଣୀ ରହୁଥିବା ଘରକୁ ପଶିଲେ l ବିଧବା ମହିଳାଙ୍କୁ ତଣ୍ଟି ଧରି ହାତଗୋଡ଼ ବାନ୍ଧି ୪୦ଭରି ସୁନା ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ l ପ୍ରାୟ ତିନି ଘଣ୍ଟା ଘର ଭିତରେ ଏମିତି ଘଟଣା ଭିଆଇଥିଲେ ବି କେହି ଜାଣି ପାରି ନ ଥିଲେ l ଏପରିକି ସେମାନେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବାର ଧମକ ବି ଦେଇଥିଲେ ଦୁର୍ବୃତ୍ତମାନେ।
ଆହୁରି ପଢ଼ନ୍ତୁ: ୫ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ: ଏଣିକି ଆହାର ଖର୍ଚ୍ଚ ସରକାର ବହନ କରିବେ
ଆହୁରି ପଢ଼ନ୍ତୁ:Cows Rescued At Dhamnagar: ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ
Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/loot-at-bonai-2025-10-27-08-45-24.png)