ବୈଶିଙ୍ଗାରେ ବୀଭତ୍ସ ହତ୍ୟାକାଣ୍ଡ: ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୁଲିସ

ପଥରରେ ଛେଚିଛେଚି ବୃଦ୍ଧ ବାପାମା’ଙ୍କୁ ହତ୍ୟା କଲା ପୁଅ। ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ପୁଅ ଶୁକୁରା ଓରଫ ହିମାଂଶୁକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

New Project

Photograph: (Sambad.in)

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତର ଉତ୍ତରପାଳ ଗାଁ ଉପକଣ୍ଠ ଧନାପାଳ ଗ୍ରାମରେ ନିଜର ଜନ୍ମକଲା ବୃଦ୍ଧ ବାପା, ମା'ଙ୍କୁ ହାତୁଡିରେ ଛେଚି ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କଲା ମଦ୍ୟପ ପୁଅ l ଅଭିଯୁକ୍ତ ହତ୍ୟାକାରୀ ପୁଅ ହେଉଛି ଧନାପାଳ ଗ୍ରାମର ଶୁକୁରା ଓରଫ ହିମାଂଶୁ ସାହୁ l

ସୂଚନା ମୁତାବକ ଅଭିଯୁକ୍ତ ହତ୍ୟାକାରୀ ଶୁକୁରା ଓରଫ ହିମାଂଶୁ ପେଶାରେ ଅଟୋ ଚାଳକ ହୋଇଥିବା ବେଳେ ଘରେ ୮୫ ବର୍ଷୀୟ ବୃଦ୍ଧ ବାପା ହାଡିବନ୍ଧୁ ସାହୁ ଏବଂ ୭୮ବର୍ଷୀୟା ବୃଦ୍ଧା ମା'ଶାନ୍ତିଲତା ସାହୁ ରହୁଥିଲେ l ପାରିବାରିକ ସମସ୍ୟା ପାଇଁ ଅଭିଯୁକ୍ତ ହତ୍ୟାକାରୀ ହିମାଂଶୁଙ୍କ ସ୍ତ୍ରୀ ଏବଂ ପିଲାଛୁଆ ଦୀର୍ଘଦିନ ହେବ ସ୍ୱାମୀ ଠାରୁ ଅଲଗା ବାଘରେ ରହିଆସୁଥିଲେ l ତେବେ ଘଟଣାଦିନ ଅର୍ଥାତ ବୁଧବାର ସକାଳେ ହିମାଂଶୁଙ୍କ ବୃଦ୍ଧା ମା'ଙ୍କ କ୍ଷତାକ୍ତ ମୃତଦେହ ଘର ଅଗଣାରେ ପଡ଼ିଥିବା ବେଳେ ହିମାଂଶୁ ସ୍ୱାଭାବିକ ଭାବରେ ଦାଣ୍ଡପିଣ୍ଡାରେ ପଡ଼ିଥିବା ପଲଙ୍କ ଉପରେ ବସିଥିଲା l ଗ୍ରାମବାସୀଙ୍କ ମନରେ ସନ୍ଦେହ ହେବାରୁ ସମସ୍ତେ ଏକଜୁଟ ହୋଇଥିଲେ l

ଅଭିଯୁକ୍ତ ହତ୍ୟାକାରୀ ଶୁକୁରା ଓରଫ ହିମାଂଶୁ ପେଶାରେ ଅଟୋ ଚାଳକ ହୋଇଥିବା ବେଳେ ଘରେ ୮୫ ବର୍ଷୀୟ ବୃଦ୍ଧ ବାପା ହାଡିବନ୍ଧୁ ସାହୁ ଏବଂ ୭୮ବର୍ଷୀୟା ବୃଦ୍ଧା ମା'ଶାନ୍ତିଲତା ସାହୁ ରହୁଥିଲେ l ପାରିବାରିକ ସମସ୍ୟା ପାଇଁ ଅଭିଯୁକ୍ତ ହତ୍ୟାକାରୀ ହିମାଂଶୁଙ୍କ ସ୍ତ୍ରୀ ଏବଂ ପିଲାଛୁଆ ଦୀର୍ଘଦିନ ହେବ ସ୍ୱାମୀ ଠାରୁ ଅଲଗା ବାଘରେ ରହିଆସୁଥିଲେ l ତେବେ ଘଟଣାଦିନ ଅର୍ଥାତ ବୁଧବାର ସକାଳେ ହିମାଂଶୁଙ୍କ ବୃଦ୍ଧା ମା'ଙ୍କ କ୍ଷତାକ୍ତ ମୃତଦେହ ଘର ଅଗଣାରେ ପଡ଼ିଥିବା ବେଳେ ହିମାଂଶୁ ସ୍ୱାଭାବିକ ଭାବରେ ଦାଣ୍ଡପିଣ୍ଡାରେ ପଡ଼ିଥିବା ପଲଙ୍କ ଉପରେ ବସିଥିଲା l ଗ୍ରାମବାସୀଙ୍କ ମନରେ ସନ୍ଦେହ ହେବାରୁ ସମସ୍ତେ ଏକଜୁଟ ହୋଇଥିଲେ lଏହାପରେ ଗ୍ରାମବାସୀ ପୁଲିସକୁ ଖବର ଦେବାପରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସ, ଏସଆଇ ଦେବାଶିଷ ମଣ୍ଡଳ, ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

ଏହାପରେ ଗ୍ରାମବାସୀ ପୁଲିସକୁ ଖବର ଦେବାପରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସ, ଏସଆଇ ଦେବାଶିଷ ମଣ୍ଡଳ, ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l ଖୋଦ ଜନ୍ମକଲା ପୁଅ ବୃଦ୍ଧ ବାପା, ମା'ଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ପଥରରେ ଛେଚି ହତ୍ୟା କରିବା ଘଟଣା ଗ୍ରାମରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l  ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଏଭଳି ଜଘନ୍ୟ ହତ୍ୟାରେ ବ୍ୟବହୃତ ପଥରକୁ ଘଟଣା ସ୍ଥଳରୁ ଜବତ କରି ତଦନ୍ତକୁ ବ୍ୟାପକ କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe