ଘରେ ଶୋଇଥିବା ବେଳେ ଏସିଡ ମାଡ଼, ବାପା ଓ ପୁଅ ଗୁରୁତର

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥୁବା ଅଭିଯୋଗ ହୋଇଛି। ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି।

00

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥୁବା ଅଭିଯୋଗ ହୋଇଛି। ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିଲା। 

ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତର ବୁଢାକୁନ୍ଦେଲ ଗାଁରୁ। ବୁଢ଼ା କୁନ୍ଦେଲ ଗାଁର (ମୋହନ ପନ୍ଦର (୪୦) ନିଜ ୧୨ ବର୍ଷର ପୁଅ (ଅନୁଜ )ଙ୍କ ସହ ଶୋଇଥିଲେ | ରାତ୍ରି ପ୍ରାୟ ୨ଟା ସମୟରେ ଶୋଇଥ‌ିବା ଅବସ୍ଥାରେ କେହି ଜଣେ ଦୁର୍ବୃତ୍ତ ଆସି ଏସିଡ  ଫିଙ୍ଗି ଦୌଡ଼ି ପଳେଇଥ‌ିବା ଅଭିଯୋଗ ହୋଇଛି। ଏସିଡ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡ଼ିଯାଇଥିବା ବେଳେ ଦୁହେଁ ତୁମୁଡିବନ୍ଧ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏଣେ ଘଟଣାସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧୂକାରୀ ଆଶୁତୋଷ ଜେନା ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe