ଉଚ୍ଛେଦକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବ୍ୟବସାୟୀ

କୌଣସି ପୂର୍ବ ସୂଚନା ପ୍ରଦାନ ନକରି କିମ୍ବା ସେମାନଙ୍କୁ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ନଦେଇ କ୍ଲବ ପରିସରରୁ ଆମର ଷ୍ଟଲଗୁଡ଼ିକୁ ଉଚ୍ଛେଦ ଅନ୍ୟାୟ ଭାବରେ କରାଯାଉଛି ବୋଲି ଏହି ବ୍ୟବସାୟୀ ମାନେ କହିଛନ୍ତି।

Nabarangpur

Nabarangpur Photograph: (sambad.in)

ନବରଙ୍ଗପୁର: ସ୍ଥାନୀୟ ମହାରାଣୀ କ୍ଲବ ସମ୍ମୁଖରେ ଷ୍ଟଲ କରି ବିଭିନ୍ନ ବ୍ୟବସାୟ କରି ଜୀବନଯାପନ କରୁଥିବା ବ୍ୟବସାୟୀଙ୍କୁ ଷ୍ଟଲ ଉଠାଇବାକୁ କ୍ଲବ ପକ୍ଷରୁ  ସେମାନଙ୍କୁ କୁହାଯାଇଛି। କୌଣସି ପୂର୍ବ ସୂଚନା ପ୍ରଦାନ ନକରି କିମ୍ବା ସେମାନଙ୍କୁ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ନଦେଇ କ୍ଲବ ପରିସରରୁ ଆମର ଷ୍ଟଲଗୁଡ଼ିକୁ ଉଚ୍ଛେଦ ଅନ୍ୟାୟ ଭାବରେ କରାଯାଉଛି ବୋଲି ଏହି ବ୍ୟବସାୟୀ ମାନେ କହିଛନ୍ତି। ଆଜି ଏହି ବ୍ୟବସାୟୀମାନେ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ଭେଟି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଆଶୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।

ସ୍ମାରକପତ୍ର ପ୍ରଦାନ ବେଳେ ସୀତେଶ ପଟ୍ଟନାୟକ, ପି.ଶ୍ରିନୀବାସ ରାଓ, ଏସକେ ପ୍ରଧାନ, ଏସ ମହେଶ, ବିଷ୍ଣୁ ସାମଲ, ସିଏଚ୍ ଶିବା, ବି.ଫକୀର ରାଜୁ, ଆର.ଶ୍ରୀନିବାସ ପଟ୍ଟନାୟକ, ଲାଲୁ ପାଢ଼ୀ, ତ୍ରିପତି ନାୟକ, କେ.ଲାଛନ୍ନା ଆଚାରୀ, କେ ପାଇଡିୟା ରେଡ୍ଡୀ, ଏମଡି ତାଲ ଓ  ତ୍ରିପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନେ ସ୍ମାରକପତ୍ରରେ ଲେଖିଛନ୍ତି ଯେ ପୂର୍ବରୁ ଏହି ଷ୍ଟଲଗୁଡ଼ିକ ପାଇଁ ଭଡା ଦେଇସାରିଛନ୍ତି। ଏବଂ ଏହି ସ୍ଥାନ ଉପରେ ଆମର ଦଖଲ ବୈଧ ଏବଂ କ୍ଲବ କର୍ତ୍ତୃପକ୍ଷଙ୍କ ସହିତ ସହମତ ହୋଇଥିବା ସର୍ତ୍ତାବଳୀ ଉପରେ ଆଧାରିତ।

ଆମର ଷ୍ଟଲଗୁଡ଼ିକୁ ଭାଙ୍ଗିବା ପାଇଁ ହଠାତ୍ ଏବଂ ଏକପାଖିଆ ନିଷ୍ପତ୍ତି କେବଳ ଅନ୍ୟାୟ ନୁହେଁ ବରଂ ନିରପେକ୍ଷ ପ୍ରଶାସନ ଏବଂ ସ୍ୱଚ୍ଛତାର ନୀତିକୁ ମଧ୍ୟ ଉଲ୍ଲଂଘନ କରେ। ଏହା ଏକ ସାର୍ବଜନୀନ ସ୍ଥାନ ଏବଂ କ୍ଲବ ଏକ ସାମୁହିକ ପ୍ରତିଷ୍ଠାନ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ କ୍ଲବର ଆର୍ଥିକ ଏବଂ ପ୍ରଶାସନିକ କାର୍ଯ୍ୟକଳାପର ଉପଯୁକ୍ତ ଅଡିଟ୍ ପରେ ହିଁ ଏପରି ଯେକୌଣସି ପଦକ୍ଷେପ ନିଆଯିବା ଉଚିତ।  

ସେହିପରି ଆର୍ଥିକ କାରବାର, ଷ୍ଟଲ ଆବଣ୍ଟନ ଏବଂ ପ୍ରଶାସନିକ ନିଷ୍ପତ୍ତି ଉପରେ ଧ୍ୟାନ ଦେଇ ମହାରାଣୀ କ୍ଲବର ଏକ ସରକାରୀ ଅଡିଟ୍ ଆଦେଶ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। ସମସ୍ତ ନିଷ୍ପତ୍ତିରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ନିଶ୍ଚିତ କରନ୍ତୁ ବୋଲି ଏମାନେ ଅନୁରୋଧ କରିଛନ୍ତି। ଏଠାରେ ଷ୍ଟଲ ଗୁଡିକରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ନିଜ ନିଜ ପରିବାରକୁ ପ୍ରତିପୋଷଣ କରି ଆସୁଥିବା ଛୋଟ ବଡ ଦୋକାନୀଙ୍କୁ ଅଚାନକ ଉଚ୍ଛେଦ କରିବାକୁ କହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe