ସନ୍ତୋଷଜନକ ଉତ୍ତର ନଦେଲେ କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ମୋହନ ମାଝୀଙ୍କ ସରକାର ଆଇପିଏଏସ୍‌ ଅଧିକାରୀ ଡିଏସ୍ କୁଟେ ଓ ଆଶିଷ ସିଂଙ୍କ ପାଇଁ ଅଡୁଆ ବଢ଼ାଇ ପାରନ୍ତି। ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Ashis Singh and DS Kuttey

ଭୁବନେଶ୍ବର: ଆଇପିଏଏସ୍‌ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ିଛି। ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଗୃହ ବିଭାଗ ୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛି।

ନିର୍ବାଚନ ପରିଚାଳନାରେ ସମ୍ପୃକ୍ତି ଅଭିଯୋଗରେ କୁଳେ ଉତ୍ତର ଦେବାକୁ ନିର୍ଦ୍ଦେଶ। ହୋଇଛି ସନ୍ତୋଷ ଜନକ ଉତ୍ତର ନଦେଲେ ହୋଇପାରେ ତଦନ୍ତ। ନିର୍ବାଚନ କମିସନ ମାଗିଥୁବା ଅଭିଯୋଗ ଉପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି। ନିର୍ବାଚନ ଦିନ ଜଣେ ପ୍ରାର୍ଥୀଙ୍କୁ ଗିରଫ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ନେଇ ଉତ୍ତର ମାଗିଛି ଗୃହ ବିଭାଗ। ଟଙ୍କା ଓ ପଦବସର ଦୁରୁପଯୋଗ କରି ନିର୍ବାଚନରେ ହସ୍ତକ୍ଷେପ କରିଥିଲେ କି ନାହିଁ ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି। ଗୃହ ବିଭାଗ ମିଥ୍ୟା କାରଣ ଦର୍ଶାଇ ଛୁଟିରେ ରହିବା ନେଇ ବି ଆଶିଷ ସିଂଙ୍କୁ ଉତ୍ତର ମାଗିଛି।

ଆଇପିଏସ୍ ଆଶିଷ ସିଂହ(୨୦୦୪ ବ୍ୟାଚ)ଙ୍କୁ ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଏଡିଜି ପାହ୍ୟାର ଆଇପିଏସ୍ ଡି.ଏସ. କୁଟ୍ଟେ(୧୯୯୭ ବ୍ୟାଚ୍)ଙ୍କ ନିଲମ୍ବନ ହଟିବା ପରେ ତାଙ୍କୁ ବି ଗଲା ୧୫ ତାରିଖରେ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe