Advertisment

Shubhankar Mishra Controversy Action ଶୁଭଙ୍କର ମିଶ୍ରାଙ୍କ ବଢ଼ିଲା ଅଡ଼ୁଆ, ବିବାଦୀୟ ଟିପ୍ପଣୀ ଲାଗି ହେବ କାର୍ଯ୍ୟାନୁଷ୍ଠାନ

Advertisment

ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ collector ଦିବ୍ୟଜ୍ୟୋତି ପରିଡ଼ା।

ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ collector ଦିବ୍ୟଜ୍ୟୋତି ପରିଡ଼ା।

Untitled-5

action on shubankar-mishra-puri-jagannath-temple-controversy Photograph: (sambad.in)

ପୁରୀ/ନୂଆଦିଲ୍ଲୀ: ବଢ଼ିଲା ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରାଙ୍କ ଅଡ଼ୁଆ। ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସେ କହିଛନ୍ତି, ଶୁଭଙ୍କର ମିଶ୍ରାଙ୍କର ଟିପ୍ପଣୀକୁ ନେଇ ତର୍ଜମା କରାଯାଉଛି। ଏହା ଗୁଜବ ନା ସତ୍ୟ ତାହାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି। ଯଦି ସେ ଏଭଳି ମନ୍ତବ୍ୟ ଦେଇଥାନ୍ତି ଓ କମିଟି ରିପୋର୍ଟ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ

ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ। ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ। କୌଣସି ପ୍ରେମୀଯୁଗଳ ଯଦି ମନ୍ଦିର ଯାନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍‌କାଷ୍ଟରେ କହିଛନ୍ତି ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ଗଲେ ସମ୍ପର୍କ ଭାଙ୍ଗିଯାଏ 

ଶୁଭଙ୍କରଙ୍କ ଅନୁଯାୟୀ, ଭୁଲରେ ମଧ୍ୟ କୌଣସି ପ୍ରେମୀଯୁଗଳ ପୁରୀ ଶ୍ରୀମନ୍ଦିରକୁ ଯିବ ନାହିଁ। ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଥିଲେ ମନ୍ଦିର ଭିତରକୁ ଯିବ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ ମା’ ରାଧାରାଣୀ। ମନ୍ଦିର ଭିତରକୁ ଯିବା ବେଳେ ତାଙ୍କୁ ସେବାୟତମାନେ ଅଟକାଇ ଦେଇଥିଲେ। ମନ୍ଦିର ଭିତରକୁ ପ୍ରଭୁ ଜଗନ୍ନାଥଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ...ଆପଣ କେମିତି ଆସିପାରିଲେ? ଏଥିରେ ରାଗିଯାଇ ମା’ ଅଭିଶାପ ଦେଇଥିଲେ। ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ‌‌ସେମାନଙ୍କର ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବନାହିଁ। ଏହି ଅଭିଶାପ ଦେଇ ମା’ ସେଠାରୁ ଚାଲିଯାଇଥିଲେ। 

ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଓଡ଼ିଶାରେ ବିଶେଷ କରି ପୁରୀରେ ଅସନ୍ତୋଷ ଦେଖାଦେଇଛି। ଏତେ ଉଚ୍ଚଶିକ୍ଷିତ ହୋଇ କିଭଳି ସେ ଏଭଳି ବିଭ୍ରାନ୍ତିକର ଟିପ୍ପଣୀ ଦେଇପାରିଲେ, ସେ ପ୍ରଶ୍ନ କରୁଛନ୍ତି ପୁରୀବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe