ଶରଧାବାଲି ଘଟଣା ପରେ ବରିଷ୍ଠ ଅଧିକାରୀଙ୍କୁ ରଥଯାତ୍ରା ପୁଲିସ ପରିଚାଳନା ଦାୟିତ୍ବ

ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ  ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ।

2103ee0c-a7f0-4931-aa6f-fbb5c57371f9

କଟକ: ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ  ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ। ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଛି।

ଶରଧାବାଲିରେ ଆଜି ଭୋର ୪ଟାରେ ଘଟିଥିବା ଅଘଟଣ ପରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଦ୍ୱାରା ଏକ ସକ୍ରିୟ ପଦକ୍ଷେପ ନିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଦାୟିତ୍ୱ ଦେବା ଦ୍ୱାରା ରଥଯାତ୍ରା ସମୟରେ ସୁରକ୍ଷା ଓ ପରିଚାଳନାକୁ ବଳବତ୍ତର କରିବା ଉଦ୍ଦେଶ୍ୟ ରହିଛି। ପୁରୀର ରଥଯାତ୍ରା ଏକ ଗୁରୁତ୍ଵପୂର୍ଣ୍ଣ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଏଠାରେ ରଥଯାତ୍ରା ସମୟରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଆଗମନ ହେଉଛି। ଏତେ ସଂଖ୍ୟାରେ ଭିଡ଼ ସଫଳ ପରିଚାଳନା ପାଇଁ ପ୍ରଶାସନ ଗମ୍ଭୀର ରହିଛି।

ସୂଚନାଯୋଗ୍ୟ, ଶରଧାବାଲିରେ ଅଘଟଣ ଘଟିଲା ପରେ ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପୁରୀ ଏସ୍‌ପି ବିନିତ ଅଗ୍ରୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି।

ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। 

rath yatra | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe