ରଥାରୁଢ଼ ଶ୍ରୀଜିଉଙ୍କୁ ଲାଗିହେଲା ଅଧରପଣା; ଆସନ୍ତାକାଲି ନୀଳାଦ୍ରି ବିଜେ

ରଥାରୁଢ଼ ଶ୍ରୀଜିଉମାନଙ୍କ ଠାରେ ଆଜି ଅଧରପଣା ଲାଗି ହୋଇଛି। ପ୍ରଥମେ ବଡ଼ଠାକୁରଙ୍କ ଠାରେ ଏହି ନୀତିର ଆୟୋଜନ କରାଯାଇଛି। ତାପରେ ଦେବୀ ସଭଦ୍ରାଙ୍କ ଠାରେ ଅଧରପଣା ଲାଗି ହେଲାଇଛି।

Adharpanan1

ପୁରୀ: ରଥାରୁଢ଼ ଶ୍ରୀଜିଉମାନଙ୍କ ଠାରେ ଆଜି ଅଧରପଣା ଲାଗି ହୋଇଛି। ପ୍ରଥମେ ବଡ଼ଠାକୁରଙ୍କ ଠାରେ ଏହି ନୀତିର ଆୟୋଜନ କରାଯାଇଛି। ତାପରେ ଦେବୀ ସଭଦ୍ରାଙ୍କ ଠାରେ ଅଧରପଣା ଲାଗି ହୋଇଛି। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅଧରପଣା ନୀତିର ଆୟୋଜନ କରାଯାଇଛି। ଅଧରପଣା ଲାଗି ପରେ ତିନି ରଥ ଉପରେ ହାଣ୍ଡି ଭଙ୍ଗାଯାଇଛି। 

ଘୋଷଯାତ୍ରାର ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଶ୍ରୀଜିଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ଅଧରପଣା ନୀତି ଶେଷ ପରେ ଆସନ୍ତାକାଲିର ନୀତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣା ହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ। ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥାଏ।

ଡ. ସୁରେନ୍ଦ୍ର ମିଶ୍ରଙ୍କ ମତାନୁଯାୟୀ ଅଶରୀରୀ ତଥା ପତିତମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗା ପରମ୍ପରା ପ୍ରଚଳିତ। ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ତେଣୁ ପଣା ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଯଦିଓ ବହୁ ଭକ୍ତ ମହାପ୍ରଭୁଙ୍କ ଅଧର ଛୁଇଁଥିବା ଏହି ପଣାକୁ ପ୍ରସାଦ ରୂପେ ପାଇଥାଆନ୍ତି, କିନ୍ତୁ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ ଅଧର ପଣା ସେବନ କରନ୍ତି ନାହିଁ।

puri | rath yatra | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe