ଭାରତ-ଇଂଲଣ୍ଡ ମ୍ୟାଚ୍‌ ପ୍ରସଙ୍ଗ: ଓସିଏ କାର୍ଯ୍ୟକାରୀ ସଭାପତି ଏମିତି କହିଲେ...

ବାରବାଟୀରେ ମ୍ୟାଚ୍‌ ସମୟରେ ବିଦ୍ୟୁତ୍‌ଜନିତ ବିଭ୍ରାଟ୍‌କୁ ମୁକାବିଲା କରିବା ପାଇଁ ଅଧିକ ଜେନେରେଟର ସେଟ୍‌ ରଖାଯିବ। କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଫ୍ଲଡ୍‌ଲାଇଟ୍‌ କୌଣସି କାରଣରୁ ବନ୍ଦ ହୋଇଗଲେ ଅତିରିକ୍ତ ଜେନେରେଟର ସେଟ୍‌ ଏହାର ମୁକାବିଲା କରିପାରିବ।

Barabati cricket Stadium

Barabati cricket Stadium Photograph: (sambad.in)

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍‌ ସମୟରେ ବିଦ୍ୟୁତ୍‌ଜନିତ ବିଭ୍ରାଟ୍‌କୁ ମୁକାବିଲା କରିବା ପାଇଁ ଅଧିକ ଜେନେରେଟର ସେଟ୍‌ ରଖାଯିବ। କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଫ୍ଲଡ୍‌ଲାଇଟ୍‌ କୌଣସି କାରଣରୁ ବନ୍ଦ ହୋଇଗଲେ ଅତିରିକ୍ତ ଜେନେରେଟର ସେଟ୍‌ ଏହାର ମୁକାବିଲା କରିପାରିବ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଆଗାମୀ ଦିନରେ ଏହି ଭଳି ପଦକ୍ଷେପ ନେବାକୁ ସ୍ଥିର କରିଛି। 

ଗତ ୯ ତାରିଖ ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ଦିବାରାତ୍ର ମ୍ୟାଚ୍‌ ବେଳେ ଫ୍ଲଡ୍‌ଲାଇଟ୍‌ କିଛି ସମୟ ପାଇଁ ବନ୍ଦ ହୋଇଯିବା ପ୍ରସଙ୍ଗରେ ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗକୁ ବିସିସିଆଇ ଓ ମ୍ୟାଚ୍‌ ରେଫରି ଗୁରୁତ୍ବ ଦେଇ ନାହାନ୍ତି। ଲାଇଟ୍‌ ଟାୱାର ପାଖରେ ୨ଟି ଲେଖାଏଁ ଜେନେରେଟର ରଖାଯିବ।  

ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ କ୍ରୀଡ଼ା ବିଭାଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୯ ତାରିଖ ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ମ୍ୟାଚ୍‌ ଖେଳା ଯାଇଥିଲା। ଟସ୍‌ ଜିଣି ଇଂଲଣ୍ଡ ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ବିଦେଶୀ ଟିମ୍‌ ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୦୪ ରନ୍‌ ସଂଗ୍ରହ କରି ଭାରତକୁ ୩୦୫ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହା ପରେ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌। ତେବେ ୬.୧ ଓଭରରେ ଭାରତର ସ୍କୋର ଯେତେବେଳେ ୪୮ ରନ୍‌ ଥିଲା, ଏହି ସମୟରେ ଫ୍ଲଡ୍‌ଲାଇଟ୍‌ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍‌ ଅଟକିଥିଲା। ମ୍ୟାଚ୍‌ ଅଟିକିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୫୦୦୦୦ ଦର୍ଶକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ।  ମ୍ୟାଚ୍‌ ଅଟକିବା ‌ପରେ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ଚିନ୍ତା ବଢ଼ି ଯାଇଥିଲା। ତେବେ ପ୍ରାୟ ୨୦ ମିନିଟ୍‌ ଖେଳ ବନ୍ଦ ରହିବା ପରେ ପୁଣି ଥରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe