ବେଆଇନ ଅନୁପ୍ରବେଶକାରୀଙ୍କୁ ରୋକାଯାଉ: ଆଦିବାସୀ ସମାଜ ମହାସଂଘ

ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ୧୪ ଗୋଟି ଦାବି ଜିଲ୍ଲାପାଳ଼ଙ୍କୁ ପ୍ରଦାନ କରାଯାଇଛି। ପରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ କରାଯାଇ ଏଥିରେ ୧୫ ଗୋଟି ଆଦିବାସୀ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

Mkg Adibasi mahasangh press meet (2)

ମାଲକାନଗିରି: ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ୧୪ ଗୋଟି ଦାବି ଜିଲ୍ଲାପାଳ଼ଙ୍କୁ ପ୍ରଦାନ କରାଯାଇଛି। ପରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ କରାଯାଇ ଏଥିରେ ୧୫ ଗୋଟି ଆଦିବାସୀ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ସମସ୍ୟା ଗୁଡିକ ତୁରନ୍ତ ସମାଧାନ ହେଲେ ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ସାମାଜିକ ଆର୍ଥିକ,ସଂସ୍କୃତି କ୍ଷେତ୍ରରେ ବୃଦ୍ଧି ଘଟିବ ବୋଲି କୁହାଯାଇଛି। 

ଏହି ସମସ୍ୟାଗୁଡ଼ିକ ମଧ୍ୟରୁ ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀଗତପଟ୍ଟା ପ୍ରଦାନ ଦାବି ରହିଛି। ଏଥିସହ ଜିଲ୍ଲାରେ ଚାଷୀମାନେ ୟୁରିଆ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ବେଆଇନ ଅନୁପ୍ରବେଶକାରୀଙ୍କୁ ରୋକାଯାଉ। ମାଲକାନଗିରି ଜ଼ିଲ୍ଲା ଏକ ପଞ୍ଚମ ଅନୁସୂଚି ଅଞ୍ଚଳ ତେଣୁ କେବଳ ଆଦିବାସୀ ଗ୍ରାମଗୁଡିକୁ ରାଜସ୍ବ ଗ୍ରାମ ମାନ୍ୟତା ଦିଆଯାଉ। ବିକାଶ ନାମରେ ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରି ଥଇଥାନ କରାଯାଉ। ରେଳପଥ ନିମନ୍ତେ ଜମି ଅଧିଗ୍ରହଣରେ ଉଚିତ ମୂଲ୍ୟ ପ୍ରଦାନ କରାଯାଉ। ସ୍କୁଲ କଲେଜରେ ଆଦିବାସୀ ନାବାଳିକା କ୍ଷେତ୍ରରେ ଅନ୍ୟାୟ ଓ ଅତ୍ୟାଚାର ବଢୁଛି, ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।

ସ୍ୱାସ୍ଥ୍ୟ ସମସ୍ୟା, ଜଙ୍ଗଲ ଜାତ ଦ୍ରବ୍ୟ, ଖଣିଜ ସମ୍ପଦ ଯେପରି ପତ୍ର, ମହୁଲ, ଟୋଲା, କେନ୍ଦୁପତ୍ର ଆଦିର ଉଚିତ ମୂଲ୍ୟ ପ୍ରଦାନ କରାଯାଉ। ବେଆଇନ ବାଲିଘାଟ, ବେଆଇନ ପଥର କୁଆରୀକୁ ନେଇ ପ୍ରଶାସନ ଉଚିତ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ। ଏଭଳି ଅନେକ ସମସ୍ୟା ମାଲକାନଗିରି ଜ଼ିଲ୍ଲାରେ ଦୃଷ୍ଟି ଗୋଚର ହୋଇଛି ଯାହାକି ଜ଼ିଲ୍ଲା ପ୍ରଶାସନ ସହ ରାଜନୈତିକ ନେତୃବୃନ୍ଦ ଦୃଷ୍ଟି ଦେବା ଆବଶ୍ୟକିୟତା ରହିଛି ବୋଲି ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଏହି ଅବସରରେ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଡିଡ଼ାଇ ସମାଜ ସଭାପତି ବଂଶୀଧର ମୁଦୁଲି, ବଣ୍ଡା ସମାଜ ସଭାପତି ମୁକୁନ୍ଦ ମାଝୀ,ଗାଦବା ସମାଜ ସଭାପତି ଭୀଷ୍ମ ଖିଲ, କନ୍ଧ ସମାଜ ସମ୍ପାଦକ ହରି ଗୋଲରୀ, ଭୂମିଆ ସମାଜ ସଭାପତି ସମାରୁ ନାୟକ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସମ୍ପାଦକ ଦେବେନ୍ଦ୍ର ଖିଲ, ସାନ୍ତାଳ ସମାଜ ସଭାପତି ବବୁଲୁ ମୁର୍ମୁ, ଦୁରୁଆ ସମାଜ ସଭାପତି ଗୁପ୍ତ ଦୁରୁଆ, କୋୟା ସମାଜ ସମ୍ପାଦକ ଏରା ପଡିଆମୀ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ କୋଷାଧକ୍ଷ ବୁଦ୍ରା କାର୍ତ୍ତାମୀ ଓ ଆଦିବାସୀ ସମାଜ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe