ବାତ୍ୟା ପାଇଁ ସର୍ତ୍ତକତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ

ସାମୁଦ୍ରିକ ବାତ୍ୟା ‘ଦାନା’ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସର୍ତ୍ତକତାମୂଳକ ପଦକ୍ଷେପ ନେଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି। ଆନନ୍ଦ ବଜାରରୁ ଅସ୍ଥାୟୀ ଟିଣ ବାହାର କରି ଦିଆଯାଇଛି।

Puri Jagannath Temple

ପୁରୀ: ସାମୁଦ୍ରିକ ବାତ୍ୟା ‘ଦାନା’ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସର୍ତ୍ତକତାମୂଳକ ପଦକ୍ଷେପ ନେଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି। ଆନନ୍ଦ ବଜାରରୁ ଅସ୍ଥାୟୀ ଟିଣ ବାହାର କରି ଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା କରାଯାଇଛି। 

ସେହିପରି ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ସମ୍ମୁଖରୁ ଏଲ୍‌ଇଡି ସ୍କ୍ରିନ୍‌ ଅପସାରଣ କରିଛି। କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସେଟ୍‌ ଛାତ ଉପରେ ବାଲି ବସ୍ତା ଦିଆଯାଇଛି। ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍‌ ଉପର ଛାତ କଢ଼ାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପରେ ପାଲ କରାଯାଇଛି। ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି। 

ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ପ୍ରସ୍ତୁତି କରିଛି। ଆନନ୍ଦ ବଜାରରୁ ବୁଧବାର ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଟିଣ ବାହାର କରି ଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା କରାଯାଇଛି। 

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ବାତ୍ୟା ‘ଦାନା’ ଧୀରେଧୀରେ ଉଗ୍ରରୂପ ଧାରଣ କରୁଛି। ପାରାଦୀପଠାରୁ ଏହା ୪୫୦ କିମି ଦୂରରେ ରହିଛି ଏବଂ ଘଣ୍ଟା ପିଛା ୧୨କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗୁରୁବାର ସନ୍ଧ୍ୟା ପରଠାରୁ ଏବଂ ଶୁକ୍ରବାର ସକାଳ ପୂର୍ବରୁ ବାତ୍ୟା ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ର‌ାପଡ଼ା ଜିଲ୍ଲା ଭିତରକନିକା ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିପାରେ। ତେଣୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe