ମକ୍‌ ଡ୍ରିଲ୍‌ ପାଇଁ ପରାମର୍ଶ: ସାଇରନ୍‌ ଶଦ୍ଦ ଶୁଣିଲେ ଛାତତଳକୁ ଯାଆନ୍ତୁ

ମକ୍‌ ଡ୍ରିଲ୍‌ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି, ଯେଉଁଥିରେ ଭୁବନେଶ୍ବର ମଧ୍ୟ ସାମିଲ ରହିଛି। ବୋମା ବର୍ଷଣକୁ ନେଇ ମକ୍‌ ଡ୍ରିଲ୍‌ କରାଯିବ। ଅପରାହ୍ନ ୪ଟା ବେଳେ ସାଇରନ୍‌ ବାଜିବ।

Umashankar Dash

Umashankar Dash Photograph: (sambad.in)

ଭୁବନେଶ୍ବର: ଭାରତ-ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ସିଭିଲ ଡିଫେନ୍ସ ମକ୍‌ ଡ୍ରିଲ୍‌ କରିବେ। ଏହି ମକ୍‌ ଡ୍ରିଲ୍‌ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି, ଯେଉଁଥିରେ ଭୁବନେଶ୍ବର ମଧ୍ୟ ସାମିଲ ରହିଛି। ବୋମା ବର୍ଷଣକୁ ନେଇ ମକ୍‌ ଡ୍ରିଲ୍‌ କରାଯିବ। ଅପରାହ୍ନ ୪ଟା ବେଳେ ସାଇରନ୍‌ ବାଜିବ। ୫ ମିନିଟ ଧରି ଏହି ସାଇରନ୍‌ ବାଜିବ। ସାଇରନ ଶଦ୍ଦ ଶୁଣିଲେ ଛାତ ତଳକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି। ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀ ଦାସ କହିଛନ୍ତି ରାଜଧାନୀ ଭୁବନେଶ୍ବରରେ ପ୍ରଥମ ସାଇରନ୍‌ର ୧୫ ମିନିଟ ପରେ ଆଉ ଏକା ସାଇରନ୍‌ ବାଜିବ। ଦ୍ଵିତୀୟ ଥର ସାଇରନ ଶୁଣିବା ପରେ ଲୋକେ ଘରୁ ବାହାରିପାରିବେ। ମକ୍‌ ଡ୍ରିଲ୍‌ କ’ଣ ସେନେଇ ଲୋକଙ୍କୁ ସଚେତନ କରାଯିବ। ଯଦି ଯୁଦ୍ଧ ପରିସ୍ଥିତି ଆସେ ଓ ବୋମା ବର୍ଷଣ ହୁଏ ତେବେ କିଭଳି ସୁରକ୍ଷିତ ରହିବେ ସେନେଇ ମକ ଡ୍ରିଲ ହେବ। 

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଉଭୟ ଦେଶ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଅନେକ ଏହାକୁ ଯୁଦ୍ଧ ପରିସ୍ଥିତି ଭାବେ ଦେଖୁଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ମେ’ ୭ ତାରିଖ ଦିନରେ ଦେଶରେ ମକ୍‌ ଡ୍ରିଲ୍‌ ପାଇଁ ଆଦେଶ ଦେଇଛନ୍ତି। ଦେଶର ୨୪୪ଟି ଜିଲ୍ଲାରେ ଆସନ୍ତାକାଲି ମକ୍‌ଡ୍ରିଲ କରାଯିବ, ଯେଉଁଥିରେ ଓଡ଼ିଶାର ୧୨ଟି ଜିଲ୍ଲା ସାମିଲ ରହିଛି। 

ଏହି ଖବର ପଢ଼ନ୍ତୁ: ୧୯୭୧ ମସିହା ପରେ ପ୍ରଥମ

ବୁଧବାର ଅପରାହ୍ଣ ୪ଟାରେ ସାଇରନ୍‌ ବାଜିବ। ଏହା ପରେ ମକ୍‌ ଡ୍ରିଲ ଆରମ୍ଭ ହୋଇଯିବ। ମକ୍‌ ଡ୍ରିଲ୍‌ ସରିଲା ପରେ ପୁଣି ଥରେ ସାଇରନ ବାଜିବ। ଦ୍ବିତୀୟ ଥର ସାଇରନ ବାଜିଲା ପରେ ଲୋକଙ୍କୁ ବୁଝିବାକୁ ପଡ଼ିବ ଯେ, ମକ୍‌ ଡ୍ରିଲ୍‌ ଶେଷ ହୋଇଛି। ଓଡ଼ିଶାର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ,  ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍‌ଡ୍ରିଲ୍ ପାଇଁ ନେଇ ନିଷ୍ପତ୍ତି ନିଆଯାଇଛି।

ଏହି ଖବର ପଢ଼ନ୍ତୁ: ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ସାଇରନ୍

ଓଡ଼ିଶାରେ ମକ୍‌ ଡ୍ରିଲ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେବଳ ସେନା ଓ ସରକାର ନୁହେଁ। ବରଂ ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ୍‌। ଏଭଳି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡ଼ିବ। ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡ୍‌ଭାଇଜରୀ ମଧ୍ୟ ଆସିବ। ଏଥି ସହିତ ଆଗକୁ ଗାଁରେ ବି ମକ୍‌ ଡ୍ରିଲ୍‌ କରାଯିବ। ଏହା ୭ ଦିନ ଧରି ଚାଲିବ। ମକ୍‌ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି। 

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe