୨୨ ଦିନର ଧାରଣା ପରେ ଆଦିବାସୀ ସଂଘ’ର ଦାବି ମାନିଲା ପ୍ରଶାସନ

ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମହାସଂଘ ପକ୍ଷରୁ ଜଂଗଲ ଜମି ପଟ୍ଟା ପାଇଁ ଦିଆଯାଉଥିବା ଧାରଣା ମଙ୍ଗଳବାର ସଫଳ ହୋଇଛି। ୭ଟି ବ୍ଲକର ୨୩୪ଟି ଜଂଗଲ ଜମି ଅଧିକାର ଓ ଗୋଷ୍ଠୀ ଜଂଗଲ ସମ୍ବଳ ଅଧିକାର ପଟ୍ଟା ପ୍ରଦାନ ନିମନ୍ତେ ଏହି ଅନଶନ ଜାରି ରହିଥିଲା।

ମାଲକାନଗିରି: ଗତ ୨୨ ଦିନ ହେବ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ମହାସଂଘ ପକ୍ଷରୁ ଜଂଗଲ ଜମି ପଟ୍ଟା ପାଇଁ ଦିଆଯାଉଥିବା ଧାରଣା ମଙ୍ଗଳବାର ସଫଳ ହୋଇଛି। ୭ଟି ବ୍ଲକର ୨୩୪ଟି ଜଂଗଲ ଜମି ଅଧିକାର ଓ ଗୋଷ୍ଠୀ ଜଂଗଲ ସମ୍ବଳ ଅଧିକାର ପଟ୍ଟା ପ୍ରଦାନ ନିମନ୍ତେ ଏହି ଅନଶନ ଜାରି ରହିଥିଲା। ଦୀର୍ଘ ଦିନ ବସିବା ପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

ଆଦିବାସୀ ସଂଘ ଦାବି କରିଥିଲା ଯେ ୨୦୦୬ର ଚତୁର୍ଥ ପରିଛେଦ ଧାରା ୬(୧)(୬)ରେ ସ୍ପଷ୍ଟ ରୂପେ ଲାଖାଯାଇ ଅଛି ଯେ ଜଂଗଲ ଅଧିକାର ସଂପର୍କିତ ନଥିଲେ ଜିଲ୍ଲାସ୍ତରୀୟ କମିଟିର ନିଷ୍ପତ୍ତି ଚୁଡାନ୍ତ ଓ ବାଧ୍ୟତାମୂଳକ ହେବ। ଜଂଗଲ ଅଧିକାର ନିୟମ ୧୨(କ)ର ଧାରା ୧୦ ଓ ୧୧ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ଗ୍ରାମସଭାର ସଂକଲ୍ପନାମା ତତା ସୁପାରିଶକୁ ଉପଖଣ୍ଡ ଅଥବା ଜିଲ୍ଲାସ୍ତରୀୟ କମିଟି ଯଦି କିଛି ପରିବର୍ତ୍ତନ ବା ନାକଚ କରିଥାନ୍ତି। ସେହି ସମସ୍ତ ନିର୍ଦେଶ କାରଣ ସହ ଉପଲବ୍ଧ ହେବ।

ସୂଚନାଯୋଗ୍ୟଯେ ଦାବିର ସୁପାରିଶ କିମ୍ବା ନାକଚର କାରଣ କେବଳ ବୈଷୟିକ କିମ୍ବା ପ୍ରିକ୍ରିୟାତ୍ମକ ଭିତ୍ତିରେ ହୋଇନଥିବ।ଏଥିସହ ଅନ୍ୟ ନିୟମଗୁଡିକକୁ ମଧ୍ୟ ପ୍ରଶାସନ ଆଗରେ ଆଦିବାସୀ ସଂଘ ଉପସ୍ଥାପନା କରିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ୧୯୭ଟି ଗ୍ରାମ୍ୟ ଜଂଗଲ ପଟ୍ଟା ପ୍ରଦାନ ନେଇ ଘୋଷଣା କରିଥିଲେ। ସେଥିମଧ୍ୟରୁ ୨୦ଟି ପଟ୍ଟା ଘଟଣାସ୍ଥଳରେ ହିଁ ପ୍ରଦାନ କରାଯାଇଥିଲା। ଅନ୍ୟ ପଟ୍ଟାଗୁଡିକ ତହସିଲ କାର୍ଯ୍ୟାଳୟଗୁଡିକରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା।

publive-image

ମହାସଂଘ ତରଫରୁ ୨୩୪ଟି ଜଂଗଲ ଜମିପଟ୍ଟା ପାଇଁ ଦାବି କରାଯାଇଥିବା ବେଳେ ବାକି ୩୭ଟି ପଟ୍ଟା ଯଦି ଏକ ମାସ ମଧ୍ୟରେ ପ୍ରଦାନ କରାନଯାଏ ତେବେ ପୁଣି ମହାସଂଘ ତରଫରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe