Advertisment

ସରକାରଙ୍କ ସହ ଆଲୋଚନା ପରେ ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ

Advertisment

ରାଜ୍ୟ ସରକାରଙ୍କ ସହ ଆଜି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ନର୍ସିଂ ସଂଘ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ନିଜନିଜ କାର୍ଯ୍ୟରେ ଯେଗଦେବେ ବୋଲି କହିଛନ୍ତି। 

Updated On

ରାଜ୍ୟ ସରକାରଙ୍କ ସହ ଆଜି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ନର୍ସିଂ ସଂଘ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ନିଜନିଜ କାର୍ଯ୍ୟରେ ଯେଗଦେବେ ବୋଲି କହିଛନ୍ତି। 

ଅଦ୍ୟତନ ହୋଇଛି
ଘରୋଇ ନର୍ସିଂ ଶିକ୍ଷାନୁଷ୍ଠାନ ଯାଞ୍ଚ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ବର: ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ନେଇ ବଡ଼ ଅପଡେଟ୍‌ ଆସିଛି। ରାଜ୍ୟ ସରକାରଙ୍କ ସହ ଆଜି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ନର୍ସିଂ ସଂଘ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ଆଜି ରାତି ୧୧ଟାରୁ ନିଜନିଜ କାର୍ଯ୍ୟରେ ଯେଗଦେବେ ବୋଲି କହିଛନ୍ତି। 

ଆନ୍ଦୋଳନ ନେଇ ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କର ଦାବି ଶୁଣିବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଆନ୍ଦୋଳନ ଜାରି ରହିବ କି ନାହିଁ ସଂଘର କର୍ମକର୍ତ୍ତାମାନେ ଆଜି ରାତିରେ ଆଲୋଚନା କରିବେ। ବୈଠକ ପରେ ଅପଡେଟ୍‌ ଖବର ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ। ସାଧାରଣ ସଂଘର ସଂପାଦକ ଅଶ୍ବିନୀ ଦାସ କହିଛନ୍ତି, ରାଜ୍ୟ ସରକାର ଆମର ୧୦ ସୂତ୍ରୀ ଦାବି ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନର୍ସିଂ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଜି ସନ୍ଧ୍ୟାରେ ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ତାଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଆମେ ଏକ କମିଟି ଗଠନ କରିବୁ। ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ।

ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ନର୍ସିଂ କର୍ମଚାରୀମାନେ ଅହୋରାତ୍ର ଧାରଣ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀ ମହାଲିଙ୍ଗ ଆଲୋଚନା କରିଥିଲେ।

-ମୁକେଶ ମହାଲିଙ୍ଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ସୂଚନାଯୋଗ୍ୟ, ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ଦ୍ବାରା ରାଜ୍ୟର ଡାକ୍ତରଖାନା ଗୁଡ଼ିକରେ ରୋଗୀ ଓ ରୋଗୀ ପରିବାର ହନ୍ତସନ୍ତ ହୋଇଥିଲେ। ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଥିଲା। ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଥିଲା। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ନର୍ସ ମିଳୁ ନଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe