ହିତାହିତ ଜ୍ଞାନ ଭୁଲିଗଲା ସ୍ବାମୀ, ‘ସ୍ତ୍ରୀ’ଙ୍କ ଗଳା କାଟିଲା

ଅଜାଣତରେ ହେଉ ପଛେ ରାଗ ଯୋଗୁଁ ନିଜର ବହୁତ କ୍ଷତି କରିବାକୁ ମଧ୍ୟ ପଛାଇ ନଥାଏ। ଉତ୍ତେଜିତ ମନୁଷ୍ୟ ଯେତେ‌ବେଳେ ହିତାହିତ ଜ୍ଞାନ ଭୁଲିଯାଏ, ବଡ଼ ଅଘଟଣ ଘଟାଇ ଥାଏ। ମୟୂରଭଂଜ ଜିଲ୍ଲାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

attack

କପ୍ତିପଦା: ରାଗ ମଣିଷକୁ ବିପଥଗାମୀ କରାଏ। ଅଜାଣତରେ ହେଉ ପଛେ ରାଗ ଯୋଗୁଁ ନିଜର ବହୁତ କ୍ଷତି କରିବାକୁ ମଧ୍ୟ ପଛାଇ ନଥାଏ। ଉତ୍ତେଜିତ ମନୁଷ୍ୟ ଯେତେ‌ବେଳେ ହିତାହିତ ଜ୍ଞାନ ଭୁଲିଯାଏ, ବଡ଼ ଅଘଟଣ ଘଟାଇ ଥାଏ। ଏଭଳି ଏକ ଅଘଟଣ ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ।

ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ କଷିବିଲ ଗ୍ରାମର ମଙ୍ଗୁଳୁ ନାଏକଙ୍କ ପୁଅ ବିରଞ୍ଚି କିଛି ବର୍ଷ ହେବ ଶ୍ରୁତିସାହିର ପ୍ରଭାତୀ ନାଏକ (୨୨)ଙ୍କୁ ବିବାହ କରିଥିଲା। ବିବାହର କିଛି ଦିନ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସଂପର୍କରେ ଫାଟ ଦେଖାଯାଇଥିଲା। ବିଭିନ୍ନ କଥାକୁ ନେଇ ପରିବାରରେ କଳିଝଗଡ଼ା ଲାଗି ରହୁଥିଲା। ସେଥି ପାଇଁ ୨ ମାସ ହେବ ପ୍ରଭାତୀ ନିଜ ବାପଘରେ ଆସି ରହୁଥିଲେ।

ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ।

ତେବେ ଅଭିଯୁକ୍ତ ବିରଞ୍ଚି ଆଜି ଅପରାହ୍‌ଣରେ ଶ୍ବଶୁର ଘରେ ଅଚାନକ ପହଞ୍ଚି ଥିଲା। ପ୍ରଭାତୀଙ୍କୁ ମାରପିଟ କରିଥିଲା। ପୂର୍ବ ଯୋଜନା ଅନୁସାରେ ପ୍ରଭାତୀଙ୍କ ଗଳା କାଟିଥିଲା। ପ୍ରାଣାନ୍ତକ ଆକ୍ରମଣରେ ପ୍ରଭାତୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ। ବାପଘର ଲୋକେ ପ୍ରଭାତୀଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରାଣାନ୍ତକ ଆକ୍ରମଣରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ଅଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe