ପୁଣି ଆନ୍ଦୋଳନରେ ଆଲୁପଡ଼ା- ବୋରୋବଗା ବାସିନ୍ଦା, ଏନଟିପିସି ପାୱାର ପ୍ଲାଣ୍ଟ ବନ୍ଦ

Advertisment

ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ଦ୍ବାରା ସିଧାସଳଖ ପ୍ରଭାବିତ ଆଲୁପଡ଼ା ଏବଂ ବୋରୋବଗା ଗ୍ରାମବାସୀ। ସେମାନଙ୍କୁ ବିସ୍ଥାପିତ କରିବା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରିଆସୁଛନ୍ତି ।

New Project (1)

ସୁନ୍ଦରଗଡ଼: ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ଦ୍ବାରା ସିଧାସଳଖ ପ୍ରଭାବିତ ଆଲୁପଡ଼ା ଏବଂ ବୋରୋବଗା ଗ୍ରାମବାସୀ। ସେମାନଙ୍କୁ ବିସ୍ଥାପିତ କରିବା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରିଆସୁଥିବା ବେଳେ ଗତ ଫେବ୍ରୁଆରି ମାସରେ ମଧ୍ୟ ପ୍ଲାଣ୍ଟ ବନ୍ଦ ଆନ୍ଦୋଳନ କରିଥିଲେ । ସେତିକି ବେଳେ ଆଲୋଚନା କରି ସମାଧାନ କରାଯିବ ବୋଲି କମ୍ପାନୀ ଏବଂ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବିସ୍ଥାପିତ କରାଯାଉନଥିବାରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ପ୍ଲାଣ୍ଟ ଏବଂ ପାଉଁଶ ପୋଖରୀକୁ ବନ୍ଦ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଗ୍ରାମବାସୀ। ଘଟଣାସ୍ଥଳରେ ସଦର ଉପ ଜିଲ୍ଲାପାଳ ଏବଂ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଏନଟିପିସି ଥର୍ମାଲ ପାୱାର ପ୍ଲାଣ୍ଟ ଏବଂ ସେଠାରୁ ବାହାରୁଥିବା ପାଉଁଶ ପୋଖରୀ ମଝିରେ ଏହି ଦୁଇ ଗାଁ ରହିଯାଇଥିବା ବେଳେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ବେଳେ ଏହି ଦୁଇ ଗାଁ ପ୍ରଭାବିତ ହେଉନଥିବା ଦର୍ଶାଇ ସେମାନଙ୍କୁ ବିସ୍ଥାପିତ କରାଗଲା ନାହିଁ । କିନ୍ତୁ ବର୍ତ୍ତମାନ ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା। ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଦୁଇ ଗାଁର ବାସିନ୍ଦା। ଧୂଳି ଧୁଆଁରେ ଶ୍ବାସ ନେବା କଷ୍ଟକର ହୋଇ ପଡ଼ିଛି। ଗୋଟେପଟେ ପାୱାର ପ୍ଲାଣ୍ଟର ଧୁଆଁ ଓ ଉତ୍ତାପ, ଅନ୍ୟପଟେ ବର୍ଜ୍ୟ ପାଉଁଶର ଗୁଣ୍ଡ ଉଡ଼ି ପାଣିପବନ ଏପରି କି ରନ୍ଧା ଖାଦ୍ୟରେ ମଧ୍ୟ ମିଶିଯାଉଛି। ଏକ ରକମ ବଞ୍ଚାଇବା ମୁସ୍କିଲ ହେଇଗଲାଣି। ବାରମ୍ବାର ଦାବି ପରେ ମଧ୍ୟ ସେମାନଙ୍କ କଥା ଶୁଣୁ ନାହାନ୍ତି କି ଦୁର୍ଦ୍ଦଶା ଦେଖିନାହାନ୍ତି । ଯେବେ ଯାଏଁ ବିସ୍ଥାପିତ ନ କରାଯିବ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଗ୍ରାମବାସୀ କହିଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏନଟିପିସି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ସେପଟେ କୌଣସି ନିର୍ଦ୍ଦେଶ ଆସିନାହିଁ। ଆମେ ଆମ ସ୍ତରରେ ଚେଷ୍ଟା ଚଳାଇଛୁ କହିଛନ୍ତି ଉପ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe