ବିସ୍ଥାପିତ ଝିଅ ଓ ଜଙ୍ଗଲ ଜମିପଟ୍ଟାକୁ କ୍ଷତିପୂରଣ ଅଗ୍ରାହ୍ୟ, ଓସିପିଏଲ ମନୋହରପୁର ଖଣି ବନ୍ଦ ଆନ୍ଦୋଳନ

Advertisment

ଆଜି ଓସିପିଏଲ ମନୋହରପୁର କୋଇଲା ଖଣି ବିସ୍ଥାପିତ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଖଣି ଅଫିସ ଆଗରେ ଧାରଣା ଦେଇ କୋଇଲା ଉତ୍ତୋଳନ ଓ ପରିବହନ ସହ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି।

ଆଜି ଓସିପିଏଲ ମନୋହରପୁର କୋଇଲା ଖଣି ବିସ୍ଥାପିତ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଖଣି ଅଫିସ ଆଗରେ ଧାରଣା ଦେଇ କୋଇଲା ଉତ୍ତୋଳନ ଓ ପରିବହନ ସହ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି।

bn


ସୁନ୍ଦରଗଡ଼:ଆଜି ଓସିପିଏଲ ମନୋହରପୁର କୋଇଲା ଖଣି ବିସ୍ଥାପିତ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଖଣି ଅଫିସ ଆଗରେ ଧାରଣା ଦେଇ କୋଇଲା ଉତ୍ତୋଳନ ଓ ପରିବହନ ସହ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି।
ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ଗାଁର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର  ପ୍ରାପ୍ୟ ଓ ବିସ୍ଥାପିତ ପରିବାରର ଝିଅମାନଙ୍କୁ ପଣ ନାତୁଣୀ କହି ପୁନର୍ବାସ ଓ ଥଇଥାନ ନୀତିରେ ସାମିଲ କରାଯାଉ ନାହିଁ। ଏହାକୁ ବିରୋଧ କରି ପ୍ରଭାବିତ ଆନ୍ଦୋଳନ କରି ଆସୁଛନ୍ତି। ହେଲେ  ପ୍ରଶାସନ ଏମାନଙ୍କ ଦାବିକୁ ଯଥାର୍ଥ କହୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ସୋମବାର ସକାଳୁ ଯୁବନେତା ଡ.ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିସ୍ଥାପିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବିସ୍ଥାପିତ ପରିବାର ଅନ୍ତିମ ସୂଚୀରେ ଥିବା ଝିଅମାନଙ୍କ ନାମକୁ ପଣନାତୁଣୀ କହି ତାଲିକାରୁ କାଟି ସେମାନଙ୍କୁ ନିଜ ହକରୁ ବଞ୍ଚିତ କରାଯାଇଛି। ସେହିପରି ଆଦିବାସୀ ଓ ଭୂମିହୀନଙ୍କୁ ମିଳିଥିବା ଜଙ୍ଗଲ ଜମିପଟ୍ଟା ଓ ବସୁନ୍ଧରା ପଟ୍ଟାକୁ ସରକାରୀ ଜମି କହି କ୍ଷତିପୂରଣ ଦେବାକୁ କମ୍ପାନି ମନା କରି ଦେଇଛି। ଏନେଇ  ପ୍ରତିବାଦ କରି ଆସୁଥିବା ବିସ୍ଥାପିତ ମାର୍ଚ୍ଚରେ ସମ୍ବଲପୁର ରାଜସ୍ବ  ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିବା ସହ ମେ ୨୭ରେ  ସୁନ୍ଦରଗଡ଼ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଭାସ୍ଥଳରେ ଧାରଣା ଦେଇଥିଲେ। ନିୟମ ପରିଧିରେ ବିସ୍ଥାପିତଙ୍କ ଦାବି ଅଛି ଓ ଏହାକୁ ସମସ୍ତେ ମାନୁଥିଲେ ବି କାମ କାହିଁକି ହେଉ ନାହିଁ ବୋଲି ପ୍ରଶ୍ନ  କରିଥିଲେ।  ମନ୍ତ୍ରୀ ଦାବି ଓ ଯୁକ୍ତି ଶୁଣିବା ପରେ ଏ ସମ୍ପର୍କରେ ଆରଡିସିଙ୍କ ସହ ଚର୍ଚ୍ଚା କରିବି ଓ ନିଶ୍ଚିତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେମାନଙ୍କ ଅଭିଯୋଗ ହେଲା, ବିସ୍ଥାପିତ ପରିବାର ଅନ୍ତିମ ସୂଚୀରେ ଥିବା ଝିଅମାନଙ୍କ ନାମକୁ ପଣନାତୁଣୀ କହି ତାଲିକାରୁ କାଟି ସେମାନଙ୍କୁ ନିଜ ହକରୁ ବଞ୍ଚିତ କରାଯାଇଛି। ସେହିପରି ଆଦିବାସୀ ଓ ଭୂମିହୀନଙ୍କୁ ମିଳିଥିବା ଜଙ୍ଗଲ ଜମିପଟ୍ଟା ଓ ବସୁନ୍ଧରା ପଟ୍ଟାକୁ ସରକାରୀ ଜମି କହି କ୍ଷତିପୂରଣ ଦେବାକୁ କମ୍ପାନି ମନା କରି ଦେଇଛି। ଏନେଇ  ପ୍ରତିବାଦ କରି ଆସୁଥିବା ବିସ୍ଥାପିତ ମାର୍ଚ୍ଚରେ ସମ୍ବଲପୁର ରାଜସ୍ବ  ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିବା ସହ ମେ ୨୭ରେ  ସୁନ୍ଦରଗଡ଼ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଭାସ୍ଥଳରେ ଧାରଣା ଦେଇଥିଲେ। ନିୟମ ପରିଧିରେ ବିସ୍ଥାପିତଙ୍କ ଦାବି ଅଛି ଓ ଏହାକୁ ସମସ୍ତେ ମାନୁଥିଲେ ବି କାମ କାହିଁକି ହେଉ ନାହିଁ ବୋଲି ପ୍ରଶ୍ନ  କରିଥିଲେ।  ମନ୍ତ୍ରୀ ଦାବି ଓ ଯୁକ୍ତି ଶୁଣିବା ପରେ ଏ ସମ୍ପର୍କରେ ଆରଡିସିଙ୍କ ସହ ଚର୍ଚ୍ଚା କରିବି ଓ ନିଶ୍ଚିତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ ସେ ଦିଗରେ କୌଣସି ପଦ‌କ୍ଷେପ ନିଆଯାଇ ନଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe