ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ତାଲା

Advertisment

ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷମାନେ ଧାରଣା ଦେଇଛନ୍ତି।

ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷମାନେ ଧାରଣା ଦେଇଛନ୍ତି।

Agitation in Chandahandi

Agitation in Chandahandi Photograph: (sambad.in)

ଚନ୍ଦାହାଣ୍ଡି: ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷମାନେ ଧାରଣା ଦେଇଛନ୍ତି। ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଏମାନେ ଧାରଣାରେ ବସିଛନ୍ତି।

ବୁଧବାର ଧାରଣା ଦ୍ଵିତୀୟ ଦିନରେ ପହଂଚିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଅତିରିକ୍ତ ସିଡ଼ିଓ  ଯଦୁମଣି ନାୟକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଆନ୍ଦୋଳନରୁ ଓହରିବାକୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିବା ସହ ସ୍ଥାୟୀ ବିଡ଼ିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।  

ଆନ୍ଦୋଳନକୁ ଝରୀଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ ସମର୍ଥନ ଜଣାଇ ଆନ୍ଦୋଳନ କାରୀଙ୍କ ସହ ଦୀର୍ଘ ସମୟ ଧାରଣାରେ ବସିଥିଲେ। ତେବେ ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ମାଝୀ ବିରୋଧୀ ଦଳରେ ରହିଥିବା ବେଳେ ତାଲା ବନ୍ଦ ଆନ୍ଦୋଳନକୁ ଦୁଇ ଦିନ ବିତିଥିଲେ ମଧ୍ୟ ସେମାନଙ୍କ ନୀରବତା ପଛରେ ରହସ୍ୟ କଣ ତାକୁ ନେଇଁ ସାଧାରଣ ରେ ଆଲୋଚନା ଆରମ୍ଭ ହୋଇଛି।

ପ୍ରକାଶ ଥାଉକି ଦଶ ମାସରେ ତିନି ଜଣ ବିଡ଼ିଓଙ୍କ ବଦଳି ହୋଇଥିବା ବେଳେ ଏହି ବ୍ଲକରେ ଆଜକୁ ଦୁଇ ବର୍ଷ ହେବ ଆଡିସନାଲ ପ୍ରୋଗ୍ରାମ ଅଫିସର(ଏପିଓ), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆକାଉଣ୍ଟ ଅଫିସର, ଏକ୍ସଟେନସନ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ଖାଲି  ପଡ଼ି ରହିଛି।  

ସେହିଭଳି ୧୪ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ସାତ ଜଣ ପିଇଓ। ତହସିଲ କାର୍ଯ୍ୟାଳୟରେ ନାହାନ୍ତି ଅତିରିକ୍ତ ତହସିଲଦାର। ଓଏଲଏମରେ ନାହାନ୍ତି ବିପିସି କିମ୍ବା ବିଏଲସି। ସ୍ୱଚ୍ଛ ଭାରତ ମିସନରେ ନାହାନ୍ତି ବିଆରସୀ। ଦୀର୍ଘ ଦିନ ହେବ ଲେମ୍ପସ ରେ ନାହାନ୍ତି ଏମ୍‌ଡି। ୧୪ଗୋଟି ପଂଚାୟତ ପାଇଁ ରହିଛନ୍ତି ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ। ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ସମସ୍ତ ସରପଞ୍ଚ, ସମିତି ସଭ୍ୟ କହିଛନ୍ତି।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe