ଗଡ଼ପୋଷ: ସମ୍ବଲପୁରଜିଲ୍ଲା ବାମରା ବ୍ଲକ ସଗରା ସଦରସ୍ଥିତ ପେସିଫ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ କସ୍ମୋଲୋଜି ଏଣ୍ଡ ସେଲ୍ପୋଲୋଜି (ପିକ୍ସ) ଓ ଉତ୍ତର ପ୍ରଦେଶ ଗୋରଖପୁରସ୍ଥିତ ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜିନାମାରେ କୁଳପତି ପ୍ରୋ. ପୂନମ ଟଣ୍ଡନ ଓ ପେସିଫ୍ ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦ୍ଦେଶକ ପ୍ରୋ. ଶିବେଶ କୁମାର ଜସ  ସ୍ୱାକ୍ଷର କରିଛନ୍ତି।

Advertisment

ଏହି ରାଜିନାମା ଅନୁସାରେ ଉଭୟ ସଂସ୍ଥା ଗୁରୁତ୍ୱାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ ଏବଂ ଖଗୋଳ ଭୌତିକ ବିଜ୍ଞାନ କ୍ଷେତ୍ରରେ ଛାତ୍ର ଆଦାନ-ପ୍ରଦାନ, ଭିଜିଟିଂ ସ୍କଲାର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବେ। ଉଭୟ ସଂସ୍ଥାର ଛାତ୍ର ଓ ଶିକ୍ଷକମାନେ ଶିକ୍ଷାମୂଳକ କାର୍ଯ୍ୟକଳାପ ସହିତ ସଂଯୁକ୍ତ ଗବେଷଣା କରିପାରିବେ। ଏହା ସହ ଛାତ୍ର-ଶିକ୍ଷକ ବିନିମୟ, ଇଣ୍ଟର୍ନଶିପ୍ ଓ ସଂଯୁକ୍ତ ଏକାଡେମିକ୍ କାର୍ଯ୍ୟକ୍ରମ ଚାଲୁ କରାଯିବ।ସଂଯୁକ୍ତ ଗବେଷଣା ପ୍ରକାଶନ, ଗବେଷଣା ପ୍ରକଳ୍ପ ଓ ଅନ୍ୟାନ୍ୟ ଗବେଷଣା କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ବିଜ୍ଞାନ ପ୍ରସାର କାର୍ଯ୍ୟକଳାପ ଭାବେ ମୋବାଇଲ୍ ପ୍ଲାନେଟେରିଅମ୍ ଶୋ, ଟେଲିସ୍କୋପ୍ ନିର୍ମାଣ ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଡିଡିୟୁ ଓ ପିକ୍ସ ଇନ୍‌ଷ୍ଟିଟ୍ୟୁଟ୍ ମଧ୍ୟରେ ରାଜିନାମା ବିଜ୍ଞାନ ବିଭାଗ, ମନୋବିଜ୍ଞାନ ଓ ସମାଜଶାସ୍ତ୍ର ବିଭାଗ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: Agriculture: ଓଡ଼ିଶା ଜାତୀୟ ମରୁଡ଼ି ପ୍ରଶମନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ 

କ୍ୟାରିୟର କାଉନ୍ସେଲିଂ ସେସନ୍‌ଗୁଡ଼ିକର ଆୟୋଜନ କରାଯିବ

ଏହି ରାଜିନାମା ଅନୁସାରେ କ୍ୟାରିୟର କାଉନ୍ସେଲିଂ ସେସନ୍‌ଗୁଡ଼ିକର ମଧ୍ୟ ଆୟୋଜନ କରାଯିବ। କୁଳପତି ପ୍ରୋ. ପୂନମ ଟଣ୍ଡନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନ୍ତର୍ଗତ ଭାରତୀୟ ଜ୍ଞାନ ପରମ୍ପରାର ‘ସେଲ୍ପୋଲୋଜି’ ଓ ଖଗୋଳ ବିଜ୍ଞାନ କ୍ଷେତ୍ରରେ ଏକାଡେମିକ୍ ଓ ଗବେଷଣା କାର୍ଯ୍ୟକ୍ରମକୁ ଆଗେଇ ନିଆଯାଉଛି। ଏହା ଦ୍ୱାରା ବିଜ୍ଞାନ ବିଭାଗ, ମନୋବିଜ୍ଞାନ ଓ ସମାଜଶାସ୍ତ୍ର ବିଭାଗ ବିଶେଷ ଲାଭ ପାଇବେ।

ଆହୁରି ପଢ଼ନ୍ତୁ: Social Media: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବ ଆନ୍ଧ୍ର!